fbpx

ଡକାୟତ ମୁଣ୍ଡରେ ଚଢିଲା ବାହା ହବାର ନିଶା: ଗୋଟିଏ ଜିଦି ଭାଙ୍ଗିଦେଲା ସମ୍ପୂର୍ଣ୍ଣ ଗ୍ୟାଙ୍ଗ

ନୂଆଦିଲ୍ଳୀ: ଇନାମୀ ଡକାୟତ କଲ୍ଲୀ ଗୁର୍ଜର ଏବେ ଜେଲର ଚାରିକାନ୍ଥ ଭିତରେ ଫଶି ଯାଇଛି । କଲ୍ଲୀ ସହିତ ଭାଇ ଏବଂ ଭିଣୋଇକୁ ଗିରଫ କରିଛି ମୁରୈନା ପୋଲିସ । ତେବେ ଗିରଫ କରିବା ପରେ କଲ୍ଲୀ ଗୁର୍ଜରର ସବୁ କାରନାମାର ପରଦା ଉଠାଇଛି ପୋଲିସ । କଲ୍ଲୀର ଗୋଟିଏ ଜିଦି ତା’ର ସମ୍ପୂର୍ଣ୍ଣ ଗ୍ୟାଙ୍ଗକୁ ଭାଙ୍ଗି ଦେଇଥିବା କହିଛି ପୋଲିସ ।

ସୂଚନା ଅନୁସାରେ, କ୍ରାଇମ ଦୁନିଆରେ ପାଦ ରଖିବା ସମୟରେ ଗୋପାଳ ନାମକ ଜଣେ ବ୍ୟକ୍ତି ସହ ପରିଚୟ ହୋଇଥିଲା । ଗୋପାଳ ତାଙ୍କ ଜଣେ ଝିଅ ସହ କଲ୍ଲୀ ସହ ବିବାହ କରିବା ପାଇଁ କଥା ଦେଇଥିଲେ । କିନ୍ତୁ ସମୟକ୍ରମେ ଝିଅଟିର ଅନ୍ୟତ୍ର ବିବାହ ହୋଇଯାଇଥିଲା । ଏହାପରେ କଲ୍ଲୀ ରାଗରେ ଗୋପାଳଙ୍କୁ ପୁଅମାନଙ୍କୁ ଅପହରଣ କରି ନେଇ ଝିଅ ସହ ବିବାହ କରାଇବାକୁ ଜିଦି ଧରି ବସିଥିଲା । କଲ୍ଲୀର ଏପରି କାରନାମା ପରେ ପାହାଡଗଡ ଥାନାରେ ତା ବିରୋଧରେ ଏତଲା ଅଭିଯୋଗ ହୋଇଥିଲା ।

ଏପ୍ରିଲ ୨୬ ଏବଂ ୨୭ ତାରିଖ ରାତିରେ କଲ୍ଲୀ ଗୋପାଳ ଘରେ ପହଞ୍ଚି ନାତୁଣୀ ସହ ବିାହ କରିବାକୁ ଜିଦି ଧରି ବସିଲା । ନଚେତ ହତ୍ୟା ଧମକ ଦେଇଥିଲା କଲ୍ଲୀ । ତେବେ ଗୋପାଳ ବିୋଧ କରିବାରୁ ମାଡ ମାରିବା ସହ ଗୁଳି ଚଳାଇଥିଲା ଯେଉଁଥିରେ ଜଣେ ମହିଳା ଆହତ ହୋଇଛନ୍ତି । ଏହାପରେ ଡକାୟତ ବିରୋଧରେ ପୁଣି ଅଭିଯୋଗ ହେବାରୁ ଫେରାର ହୋଇଯାଇଥିଲା କଲ୍ଲୀ ।

ଏହି ଘଟଣା ପରେ କଲ୍ଲୀ ଏବଂ ଗ୍ୟାଙ୍ଗ ବିରୋଧରେ ଖୋଜାଖୋଜି ଆହୁରି ଜୋରଦାର ଆରମ୍ଭ କଲା ପାହଡଗଡ ପୋଲିସ । ପୋଲିସ ଭୟରେ ଡକାୟତ ଗ୍ୟାଙ୍ଗ ମଧ୍ୟ ବାରମ୍ବାର ଲୋକେସନ ବଦଳାଇଥିଲେ । ତେବେ ଗୁପ୍ତ ତଥ୍ୟ ଅନୁଯାୟୀ, ଏନ୍ତି ଗ୍ରାମରେ ଥିବା ଖବର ପାଇ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ତେବେ ପୋଲିସ ହାତରୁ ଖସି ପଳାଇବା ସମୟରେ କଲ୍ଲୀ ଏକ ଖାଲରେ ପଡିଯିବାରୁ ତା ଗୋଡ ଭାଙ୍ଗି ଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।

Get real time updates directly on you device, subscribe now.