ମାଘ ମାସରେ ବାଘ ଖରା..ପ୍ରଥମ ଥର ତାପମାତ୍ରା ଛୁଇଁଲା ୩୭ ଡିଗ୍ରୀ, ଭୁବନେଶ୍ବରରେ ୩୪.୮ ଡିଗ୍ରୀ

ଆଜି ଝାରସୁଗୁଡ଼ା ତାପମାତ୍ରା ୩୭ ଡିଗ୍ରୀ । ବଢି ଚାଲିଛି ତାତି ।

ଭୁବନେଶ୍ବର: ମାଘ ମାସରୁ ତାତଲା କଡେଇରେ ଭାଜି ହେଉଛି ଓଡିଶା । ଏବେ ଠାରୁ ରାଜ୍ୟରେ ବଢ଼ୁଛି ତାତି । ଆଜି ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି ।

ଝାରସୁଗୁଡାରେ ଉପରମୁହାଁ ପାରା- ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନର କହିବା ଅନୁସାରେ, ଆଜି ଝାରସୁଗୁଡ଼ା ତାପମାତ୍ରା ୩୭ ଡିଗ୍ରୀ ଛୁଇଁଛି । ଚଳିତ ବର୍ଷ ପ୍ରଥମ କରି ୩୭ ଡିଗ୍ରୀ ଛୁଇଁଲା ତାତି  ।

ସେହିପରି ଆଜି ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୪.୮ ଡିଗ୍ରୀ ଛୁଇଁଥିଲା । ତେବେ ମାଘ ମାସ ନପୁରୁଣୁ ଏଭଳି ତାତିକୁ ଦେଖି ସମସ୍ତେ ଭୟଭୀତ ରହିଛନ୍ତି । ବର୍ତ୍ତମାନ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଏବେଠୁ ଏତେ ତ ଆଗକୁ କେତେ ।

ପୂର୍ବରୁ ଯଦି ଦେଖିବା ରାଜ୍ୟରେ ଫେବୃଆରୀ ମାସ ଶେଷ ଯାଏଁ ଶୀତ ଅନୁଭବ ହେଉଥିଲା । ହେଲେ ଚଳିତ ବର୍ଷ ଶୀତ ବହୁତ ଶୀଘ୍ର ଉଭାନ ହୋଇଯାଇଛି । ଜାନୁଆରୀ ମାସରୁ ହିଁ ବୃଦ୍ଧି ପାଇଛି ତାପମାତ୍ରା ।