fbpx
BSKY SKY
BSKY SKY

ଥରୁଛି ଓଡ଼ିଶା; ୧୦ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖସୁଛି ପାରଦ । ଓଡ଼ିଶା ଶୀତର ଲହରି ଜାରି ରହିଛି । ସକାଳରୁ ରାତି ଯାଏ ଅସମ୍ଭାଳ ଥଣ୍ଡା । ରାଜ୍ୟର ୧୨ଟି ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । କନ୍ଧମାଳ ଜିଲ୍ଲାରେ ଅଧିକ ହାଡ଼ଭଙ୍ଗା ଶୀତ । ଆଜି ସବୁଠୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ । ସେଠାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି ।

ଏହା ସହ ଦାରିଙ୍ଗବାଡ଼ିରେ ୬.୫, ଝାରସୁଗୁଡ଼ାରେ ୭.୧, ଟିଟିଲାଗଡ଼ରେ ୭.୩, ସୁନ୍ଦରଗଡ଼ରେ ୭.୫, କେନ୍ଦୁଝରରେ ୭.୬, ଭବାନୀପାଟଣା ଓ ରାୟଗଡ଼ାରେ ୮ ଡିଗ୍ରୀ, ବଲାଙ୍ଗିରରେ ୯, ସମ୍ବଲପୁର ଓ କୋରାପୁଟରେ ୯.୫, ବୌଦ୍ଧରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହ ଭୁବନେଶ୍ୱରରେ ୧୦ ଓ କଟକଷର ୧୦.୮ ଡିଗ୍ରୀ ରାତ୍ରି ତାପମାତ୍ରାରେ ରେକର୍ଡ ହୋଇଛି । ଆସନ୍ତା ୪୮ ଘଣ୍ଟା ଯାଏ ଅଭ୍ୟନ୍ତରୀଣ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରି ଲାଗି ରହିବ ବୋଲି କହିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.