fbpx
BSKY SKY
BSKY SKY

କିଏ ଏହି ‘ଆଡଲ୍ଟ ୱେବସାଇଟ’ର ସିଇଓ ଭାବରେ ନିଯୁକ୍ତ ହୋଇଥିବା ଭାରତୀୟ ମହିଳା? ଜାଣନ୍ତୁ ପୂରା ତଥ୍ୟ

BSKY

ନୂଆଦିଲ୍ଲୀ: ଆଡଲ୍ଟ୍ କଣ୍ଟେଣ୍ଟ୍ କ୍ରିଏସନ୍ ପ୍ଲାଟଫର୍ମ OnlyFansର ସିଇଓ ଭାବରେ ଜଣେ ଭାରତୀୟ ମହିଳାଙ୍କୁ ନିଯୁକ୍ତ କରାଯାଇଛି । ଯାହାଙ୍କର ନାଁ ହେଉଛି ଆମ୍ରପାଲୀ ଗନ୍ । ସେ ଏବେ ଏହି ଆଡଲ୍ଟ ୱେବସାଇଟ୍ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା ସିଇଓ ଭାବରେ ନିଯୁକ୍ତ ହୋଇଛନ୍ତି । ସୂଚନା ଯେ, OnlyFansର ସଂସ୍ଥାପକ ୩୮ ବର୍ଷିୟ ଟିମ୍ ଷ୍ଟୋକଲୀ ନିଜର ପଦବୀରୁ ଇସ୍ତଫା ଦେଇଛନ୍ତି । ଷ୍ଟୋକଲୀ ୨୦୧୬ ରେ OnlyFans ସାଇଟ୍ କୁ ଆରମ୍ଭ କରିଥିଲେ ।

ଡେଲି ମେଲ୍ ରେ ପ୍ରକାଶ ପାଇଥିବା ଏକ ଖବର ଅନୁସାରେ, ଟିମ୍ ଷ୍ଟୋକଲୀ ୫ ବର୍ଷ ଧରି ଏହି ପଦବୀରେ ରହିଥିଲେ । କିନ୍ତୁ ସେ ଏବେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଟିମ୍ ଷ୍ଟୋକଲି କହିଛନ୍ତି ଯେ, “ଆମ୍ରପାଲୀ ହେଉଛନ୍ତି ଜଣେ ବହୁତ ଭଲ ସହକର୍ମୀ ହେବା ସହ ଖୁବ୍ ଭଲ ବନ୍ଧୁ ମଧ୍ୟ । ତେଣୁ ମୁଁ ଏହି ପଦବୀକୁ ତାଙ୍କ ହାତକୁ ହସ୍ତାନ୍ତର କରୁଛି । ମୋର ଭରସା ଅଛି ଯେ, ସେ ଏହି ସଂଗଠନକୁ ଆହୁରି ଆଗକୁ ନେଇପାରିବେ” ।

ତେବେ ୩୬ ବର୍ଷୀୟା ଆମ୍ରପାଲୀ ହେଉଛି ମୁମ୍ବାଇ ଜନ୍ମିତ । ଭାରତରେ ସେ ଖୁବ୍ ସମୟ ଅତିବାହିତ କରିଥିବା ବେଳେ ଉଚ୍ଚ ପ୍ରାରମ୍ବିକ ଶିକ୍ଷା ସେ ଆମେରିକା ଓ କାର୍ଲିଫର୍ଣ୍ଣିଆରେ ହିଁ କରିଛନ୍ତି । ସେ ବର୍ତ୍ତମାନ ଆମେରିକାରେ ରହୁଛନ୍ତି । ସେ ଏଫଆଇଡିଏମ୍ ରୁ ମର୍ଚଡାଇଜ୍ ମାର୍କେଟିଂରେ ଆର୍ଟସର ଆସୋସିଏଟ୍ ଡିଗ୍ରୀ ହାସଲ କରିଛନ୍ତି । ଏହାପରେ ସେ କାର୍ଲିଫର୍ଣ୍ଣିଆ ଷ୍ଟେଟ୍ ୟୁନିଭର୍ସିଟି ରୁ ପିଆର୍ ରେ ଗ୍ରାଜୁଏଟ୍ ପଢ଼ିଛନ୍ତି ।

 

View this post on Instagram

 

A post shared by Amrapali Gan (@amrapali_gan)

ତେବେ ଆମ୍ରପାଲି ରେଡ୍ ବୁଲ୍ ଓ କ୍ୱେଷ୍ଟ ପାଇଁ ମଧ୍ୟ କାମ କରିସାରିଛନ୍ତି । ୨୦୨୦ ରେ OnlyFans ସହ ସେ ମୁଖ୍ୟ ମାର୍କେଟିଂ ଓ ସଞ୍ଚାର ଅଧିକାରୀ ଭାବରେ ଯୋଡ଼ି ହୋଇଥିଲେ । ଆମ୍ରପାଲି OnlyFans ର ସିଇଓ ଭାବେ ନିଯୁକ୍ତି ପାଇବା ପରେ କହିଛନ୍ତି ଯେ, “ଏହି ପଦବୀ ମୋତେ ଦେଇଥିବାରୁ ବହୁତ ଧନ୍ୟବାଦ । ମୁଁ ମୋର ଦାୟିତ୍ୱକୁ ନିଜ ପରିଶ୍ରମରେ ବଳରେ ସମ୍ଭାଳିବି ଏବଂ ଟିମ୍ ସହ ମିଶି କାମ କରିବି । ମୁଁ ଗର୍ବ ଅନୁଭବ କରୁଛି ଯେ, ଏହିପରି ଏକ ପ୍ରମୁଖ ପଦବୀରେ ମୋତେ ନିଯୁକ୍ତି ଦିଆଯାଇଛି” ।

ଏହି ପ୍ଲାଟଫର୍ମ ସମ୍ପର୍କରେ ଲୋକମାନେ ଭାବନ୍ତି ଯେ, ଏହା ଏକ ଆଡଲ୍ଟ ସାଇଟ୍ ଓ ଏଠାରେ କେବଳ ଅଶ୍ଳୀଳ କଣ୍ଟେଣ୍ଟ ହିଁ ମିଳିଥାଏ । କିନ୍ତୁ ସତ କଥା ହେଉଛି ଏହି ସାଇଟ୍ ରୁ ଆପଣ ମାନେ ଫ୍ୟାନ୍ସଙ୍କ ସହ କନେକ୍ଟ ହୋଇ କୋଟି କୋଟି ଟଙ୍କା ରୋଜଗାର କରିପାରିବେ । ଅନେକ ସେଲିବ୍ରିଟି ଏଥିରେ କାମ କରିସାରିଛନ୍ତି ।

ସୂଚନା ଯୋଗ୍ୟ ଯେ, OnlyFansର ୧୮ କୋଟି ୟୁଜର୍ସ ରହିଛନ୍ତି ଓ ବିଶ୍ୱବ୍ୟାପୀ ୨୦ ଲକ୍ଷରୁ ଅଧିକ କ୍ରିଏଟର୍ସ ଯୋଡ଼ି ହୋଇରହିଛନ୍ତି । ଏବେ ସୁଦ୍ଧା ଏହି ସାଇଟ୍ ନିଜର କଣ୍ଟେଣ୍ଟ କ୍ରିଏଟର୍ସଙ୍କୁ ୩ ଖରବ ଡଲାରରୁ ଅଧିକ ଟଙ୍କା ରୋଜଗାର କରିବାର ସୁଯୋଗ ପ୍ରଦାନ କରିସାରିଛି ।

Get real time updates directly on you device, subscribe now.