ମାଡି ଆସୁଛି ବଡ଼ ବିପଦ, ପୁଣି ବଜ୍ରାଘାତରେ ଭାଙ୍ଗିଲା ମନ୍ଦିର ଦଧିନଉତି

ଏ କି ପ୍ରକାର ସଙ୍କେତ? କାହିଁକି ବାରମ୍ୱାର ଭାଙ୍ଗୁଛି ମନ୍ଦିର ଗୁଡ଼ିକର ଦଧିନଉତି?

କେନ୍ଦ୍ରାପଡ଼ା: ମାଡି ଆସୁଛି ବଡ଼ ବିପତ୍ତି। ବାରମ୍ୱାର ବଜ୍ରାଘାତରେ ଭାଙ୍ଗୁଛି ମନ୍ଦିରର ଦଧିନଉତି। ପୂର୍ବରୁ କିଛି ଦିନ ତଳେ ଭୁବନେଶ୍ୱରର ରାମେଶ୍ୱର ମନ୍ଦିରର ଦଧିନଉତି ବଜ୍ରାଘାତରେ ଭାଙ୍ଗି ଯାଇଥିଲା।

ଆଉ ଆଜି ପୁଣିଥରେ ବଜ୍ରାଘାତରେ ଆଉ ଏକ ମନ୍ଦିରର ଦଧିନଉତି ଭାଙ୍ଗିଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଡିହବଳରାମପୁର ଗାଁରେ ଘଟିଛି ଅଭାବନୀୟ ଘଟଣା। ବଜ୍ରାଘାତରେ ଭାଙ୍ଗି ଯାଇଛି ମହାଦେବ ମନ୍ଦିରର ଦଧିନଉତି।

ହଁ ଆଜ୍ଞା କେନ୍ଦ୍ରାପଡା ଜିଲ୍ଲାର ମୁକ୍ତେଶ୍ୱର ମହାଦେବ ମନ୍ଦିରର ଦଧିନଉତି ବଜ୍ରାଘାତରେ ଭାଙ୍ଗିଯାଇଛି।  ଯାହାପରେ କୁହାଯାଉଛି ପୁଣି ଏକ ବଡ଼ ବିପଦ ମାଡ଼ି ଆସୁଛି। ସେଥିପାଇଁ ତ ବାରମ୍ୱାର ଏମିତି ମନ୍ଦିରର ଦଧିନଉତି ବଜ୍ରାଘାତରେ ଭାଙ୍ଗୁଛି।