fbpx

ସିଆରପିଏଫଙ୍କ ଉପରେ ଆତଙ୍କୀ ହମଲା, କ୍ରସ୍ ଫାୟାରିଂ ବେଳେ ଜଣେ ସାଧାରଣ ନାଗରିକ ମୃତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ସୋପିଆନ୍ ଜିଲ୍ଲାରେ ରବିବାର ଦିନ ସିଆରପିଏଫ୍ ପାର୍ଟି ଉପରେ ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି । ଏହି ସମୟରେ ହୋଇଥିବା କ୍ରସ୍ ଫାୟାରିଂ ବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି । ତେବେ ସୁରକ୍ଷା ବଳ ଉକ୍ତ ଅଞ୍ଚଳକୁ ଘେରି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ତେବେ ମୃତ ନାଗରିକଙ୍କ ପରିଚୟ ମିଳିସାରିଛି । ତାଙ୍କ ନାମ ଶାହିଦ୍ ଅହମଦ୍ ହୋଇଥିବା ଜଣାପଡ଼ିଛି ।

ପୋଲିସ୍ ସୁତ୍ର ଅନୁସାରେ, ଆତଙ୍କବାଦୀ ମାନେ ସିଆରପିଏଫ୍ ଉପରେ ହମଲା କରିଥିଲେ । ଯେଉଁଥିରେ ହୋଇଥିବା କ୍ରସ୍ ଫାୟାରିଂ ରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି । ଆତଙ୍କୀ ସଂଗଠନ ମାନେ ଲୋକମାନଙ୍କୁ ଭୟଭୀତ କରିବା ପାଇଁ ଲଗାତର ଉକ୍ତ ଅଞ୍ଚଳରେ ହମଲା କରୁଛନ୍ତି । ଯାହାଫଳରେ ସାଧାରଣ ନାଗରିକ ମାନେ ଏହାର ଶିକାର ହେଉଛନ୍ତି । ସେମାନେ ଏପରି ହମଲା କରି ସାଧାରଣ ନାଗରିକଙ୍କ ଟାର୍ଗେଟ କରୁଛନ୍ତି । କଶ୍ମୀର ପଣ୍ଡିତଙ୍କ ପରେ ଆତଙ୍କବାଦୀ ସଂଗଠନ ମାନେ ଏବେ ଅଳ୍ପସଂଖ୍ୟକ ଶିଖ୍ ସମ୍ପ୍ରଦାୟଙ୍କୁ ଟାର୍ଗେଟ୍ କରିଛନ୍ତି ।

Get real time updates directly on you device, subscribe now.