fbpx

ପୁଲୱାମାରେ ସିଆପିଏଫ ଟିମ ଉପରକୁ ଆତଙ୍କବାଦୀ ଆକ୍ରମଣ: ୨ ଯବାନ ସହିଦ, ୫ ଆହତ

ଶ୍ରୀନଗର,୫ ।୧୦: ଜମ୍ମୁ-କାଶ୍ମୀରର ପୁଲୱାମାରେ ସୁରକ୍ଷାକର୍ମୀଙ୍କ ଉପରେ ଆଜି ଆତଙ୍କବାଦୀ ଆକ୍ରମଣ ହୋଇଛି । କୁହାଯାଉଛି ଯେ, ୧୧୦ ବାଟାଲିୟନ ଓ ଜମ୍ମୁ-କାଶ୍ମୀର ପୋଲିସ ଯବାନ ଆରଓପିରେ ଥିବା ସମୟରେ ଅଜ୍ଞାତ ଆତଙ୍କବାଦୀମାନେ ଆଖିବୁଜା ଗୁଳି ବର୍ଷଣ କରିଥିଲେ । ଏହି ଆତଙ୍କବାଦୀ ଆକ୍ରମଣରେ ୨ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ ପରେ ସେହି ଅଞ୍ଚଳକୁ ଘେରାବନ୍ଦୀ କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.