fbpx
BJD SKY
BJD SKY

ରାଜ୍ୟରେ ମାଓବାଦୀଙ୍କ ବର୍ବରକାଣ୍ଡ, ସେପଟେ ବଲାଙ୍ଗିରରେ ବରିଷ୍ଠ ଅଧୀକାରୀଙ୍କ ସମୀକ୍ଷା

BJD

ଭବାନୀପାଟଣା: ଦେଶ ଏବଂ ରାଜ୍ୟରେ ଆତଙ୍କବାଦ ଚରମ ସୀମାରେ ପହଁଚିଲାଣି । ସରକାରଙ୍କ ବିରୁଦ୍ଧରେ ଏମାନେ ଷଡଯନ୍ତ୍ର ପ୍ରକ୍ରୟାକୁ ଜାରି ରଖିଛନ୍ତି । ବିଭିନ୍ନ ଘଂଚ ଜଙ୍ଗଲରେ ଏମାନଙ୍କ ବାସସ୍ଥଳି । ହେଲେ ଏମାନଙ୍କ ପାଇଁ ଯୁବ କର୍ମୀ ମାନଙ୍କୁ ନିଯୁକ୍ତ କରାଯାଇଛି । ଏହି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସର୍ବଦା ସଂଘର୍ଷ ଲାଗି ରହୁଛି । ଆତଙ୍କବାଦ ପାଇଁ ସଧାରଣ ଲୋକଙ୍କ ଜୀବନ ନିହତ ହେବାରେ ଲାଗିଛି । ସେହପରି ଆଜି ଭବାନୀ ପାଟଣାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ସଦରଥାନା ଜୁଗସାଇପାଟଣା ତଳ ପଂଚକୂଳ ଗାଁରେ ମାଓବାଦୀଙ୍କ ବର୍ବରକାଣ୍ଡ ଘଟିଛି । ଘଟଣାସ୍ଥଳରେ ମାଓବାଦୀ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରିଛନ୍ତି । ସେହି ଯୁବକଙ୍କୁ ମାରିବା ପଛରେ କାରଣ ହେଉଛି, ସେ ଯୁବକଟି ପୋଲିସକୁ ଖବର କରିଥିବାର ସନ୍ଦେହ ପାଇଁ । ଘଟଣାସ୍ଥଳରେ ବଂଶଧାରା ଘୁମୁସର ନାଗବାଳୀ ଡିଭିଜନର ପୋଷ୍ଟର ଦେଖିବାକୁ ମିଳିଥିଲା ।

ସେହିପରି କାଲିର ବଲାଙ୍ଗିର ମାଓ ଅପରେସନ ପରେ ବରିଷ୍ଠ ଅଧିକାରୀଙ୍କ ସମୀକ୍ଷା କରାଯାଇଛି । ଏହି ସମୀକ୍ଷାରେ ସାମିଲ ହେବେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ସିଆରପିଏଫ ଏଡିଜି । ନିହତ ୨ ମାଓବାଦୀଙ୍କ ଠାରୁ ୨ଟି ବନ୍ଧୁକ ସହ ଗୁଳିଗୋଳା ମିଳିଥିଲା । ଏହାପରେ କଳାହାଣ୍ଡି ଜିଲ୍ଲାରେ ଘଟିଥିବା ମାଓବାଦୀଙ୍କ ଏହି ହତ୍ୟା ମାମଲାରେ ଅଧିକ ତଥ୍ୟ ଜାଣିବା ପାଇଁ ପିଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.