fbpx

ବାଣ ଟ୍ରାଜେଡି:୨ ବାଣୁଆଙ୍କ ନାଁରେ ମାମଲା,୧୧ ଜଣଙ୍କୁ ଅଟକ

କେନ୍ଦ୍ରାପଡା: ବାଲିଆ ବାଣ ବିସ୍ଫୋରଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଫଳରେ ୨ ବାଣୁଆଙ୍କ ନାମରେ ମାମଲା ରୁଜୁ ହୋଇଛି । ତେବେ ଏହି ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଆଇସିୟୁ ରେ ଥିବା ବେଳେ ଅନ୍ୟଜଣେ ଫେରାର ଥିବା ଜଣାପଡିଛି । ଏତତ୍ ବ୍ୟତୀତ ଆଉ ୧୧ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି ।

ତେବେ ଚଳିତ ମାସ ୨୩ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ବାଲିଆ ବଜାରରେ କାର୍ତ୍ତିକେଶ୍ୱରଙ୍କ ଭସାଣି ହୋଇଥିଲା । ସେହି ସମୟରେ ସେଠାରେ ଏକ ବାଣ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ତେବେ ବାଣୁଆ ଷ୍ଟକ ରଖିଥିବା ସମସ୍ତ ବାଣ ହଠାତ୍ ବିସ୍ଫୋରଣ ଏହାରୁ ୪୦ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଥିଲେ । ଏଥିସହିତ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିଲା । ତେବେ ଏକସମୟରେ ସମସ୍ତ ବାଣ ଫୁଟିବାରୁ ଏକ ପ୍ରଚଣ୍ଡ ଶବ୍ଦ ହେବା ସହ ତାହା ଚାରିଆଡ଼କୁ ଛିଟିକି ପଡ଼ିଥିଲା । ଏହାଦ୍ୱାରା ସେଠାରେ ଉପସ୍ଥିତ ଥିବା ଲୋକ, ଦୋକାନୀ ଏହାର ଶିକାର ହୋଇଥିଲେ । ସ୍ଥାନୀୟ ଲୋକ ଓ ପୋଲିସ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ତେବେ ଏହି ମାମଲାରେ ପୋଲସ ଛାନଭିନ୍ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ୨ ଜଣ ବାଣୁଆଙ୍କ ନାଁରେ ମାମଲା ରୁଜୁ କରିଛି । ଏତତ୍ ବ୍ୟତୀତ ଅନ୍ୟ ୧୧ ଜଣଙ୍କୁ ଅଟକ ରଖି ପଚରା ଉଚରା ମଧ୍ୟ କରୁଛି । ତେବେ ଏହି ଘଟଣାରେ ଆଉ କିଏ ସାମିଲ ଅଛନ୍ତି କି ନାହାନ୍ତି ତଗନ୍ତ ପରେ ଜଣା ପଡିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.