fbpx

ନୂଆ ସରକାର ଗଠନ ପୂର୍ବରୁ ଚାଲେଞ୍ଜ ! ୨ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ

ନୂଆଦିଲ୍ଲୀ:  ଜମ୍ମୁ-କାଶ୍ମୀରରେ ନୂଆ ସରକାର ଗଠନ ହେବା ପୂର୍ବରୁ ଚାଲେଞ୍ଜ । 2 ଜଣ ଯବାନଙ୍କୁ ଅପହରଣ କରିନେଲେ ଆତଙ୍କବାଦୀ । ଜମ୍ମୁକାଶ୍ମୀରର ଅନନ୍ତନାଗ ଜଙ୍ଗଲରୁ ଯବାନଙ୍କୁ ଅପହରଣ କରିନେଇଥିବା ସୂଚନା । ତେବେ ଅପହରଣ ସମୟରେ ଜଣେ ଯବାନ ଆତଙ୍କୀଙ୍କ କବଳରୁ ଖସି ଆସିଥିବା ବେଳେ ଅନ୍ୟଜଣେ ଯବାନ ନିଖୋଜ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି ।

କହିରଖୁଛୁ କି, ଅକ୍ଟୋବର 8 ତାରିଖରେ ଜମ୍ମୁକାଶ୍ମୀରରେ ଭୋଟ ଗଣନା ଶେଷ ହୋଇଥିବା ବେଳେ ନୂଆ ସରକାର ଗଠନ ହେବାକୁ ଯାଉଛି । କଂଗ୍ରେସ- NC ମେଣ୍ଟ ଏଠାରେ ସରକାର ଗଠନ କରିବାକୁ ଯାଉଛି । ଏଭଳି ସ୍ଥିତିରେ ସରକାର ଗଠନ ନହେବା ପୂର୍ବରୁ ସରକାରଙ୍କୁ ଆହ୍ୱାନ ଦେଲା ଭଳି କାର୍ଯ୍ୟ କରିଛନ୍ତି ଆତଙ୍କବାଦୀ । ଏଥିରୁ ସ୍ପଷ୍ଟ ହେଉଛି ଯେ, ଆତଙ୍କବାଦୀ କାର୍ଯ୍ୟକଳାପର ବୃଦ୍ଧି ଘଟିବ ।

Get real time updates directly on you device, subscribe now.