fbpx

ସେଦିନ ବି ଥିଲା ସେହି ଶୁକ୍ରବାର, ପ୍ରାଣ ହରାଇଥିଲେ ୧୬ ଯାତ୍ରୀ: ଆଜି ବି କାଳ ଶୁକ୍ରବାର…

ବାଲେଶ୍ୱର: ଫେବୃଆରୀ ୧୩, ୨୦୦୯ ଆଜିକୁ ପ୍ରାୟ ୧୫ ବର୍ଷ ତଳେ ଦୁର୍ଘଟରାର ଶିକାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ସେଦିନର ସେହି ଦୁର୍ଘଟଣା ଆଉ ଆଜିର ଦୁର୍ଘଟଣା ଭିତରେ ଗୋଟିଏ ସାମଞ୍ଜସ୍ୟ, ଶୁକ୍ରବାର । ଏହି ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ ପାଇଁ ଖୁବ ଅଶୁଭ ସାବ୍ୟସ୍ତ ହେଉଛି । ଥରେ ନୁହେଁ, ଦୁଇ ଥର ଶୁକ୍ରବାର ଦିନରେ ବଡ ବଡ ଦୁର୍ଘଟଣାର ଶୀକାର ହେଉଛି କରମଣ୍ଡଳ ଏକ୍ସପ୍ରେସ । ଆଜିର ଏହି ଭୟାନକ ଟ୍ରେନ ଦୁର୍ଘଟଣା ପୁଣିଥରେ ୧୫ ବର୍ଷ ପୁରୁଣା ଘଟଣାକୁ ମନେ ପକାଇ ଦେଇଛି ।

ମନେ ପକାଇ ଦେଉଛୁ ଯେ, ୧୫ ବର୍ଷ ତଳେ ଏମିତି ଏକ ଶୁକ୍ରବାରରେ କରମଣ୍ଡଳ ଏକ୍ସପ୍ରେସ ଆଉ ଏକ ବଡ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ହାୱଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା ସମୟରେ ଯାଜପୁର ରୋଡ ନିକଟରେ ଗାଡିର ୧୩ଟି ବଗି ଲାଇନଚ୍ୟୁତ ହୋଇ ଟ୍ରାକରୁ ଖସି ପଡିଥିଲା । ଏହି ବଗି ଗୁଡିକ ଭିତରେ ୧୧ଟି ବଗି ସ୍ଲିପର ଥିବା ବେଳେ ୨ଟି ଜେନେରାଲ ବଗି ରହିଥିଲା । ସେହି ଦୁର୍ଘଟଣାରେ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ତେବେ ଏକ ଭୟଙ୍କର ବିପଦରୁ ବଞ୍ଚି ଯାଇଥିଲେ ଶହ ଶହ ଯାତ୍ରୀ ଏବଂ ଟ୍ରେନ ।

ତେବେ ଆଜି ସେହି ବିପଦ କାଳଚକ୍ରରେ ପଡି ପୁଣି କରମଣ୍ଡଳ ଏକ୍ସପ୍ରେସ ନିକଟକୁ ଫେରି ଆସିଛି । କିନ୍ତୁ ଏଥରର ଶୁକ୍ରବାର ସାଜିଛି ମହାବିପଦ । ସେଦିନ ସିନା ୧୬ ଜଣ ଯାତ୍ରୀଙ୍କ ମୃତ୍ୟୁ ପରେ ସଂଖ୍ୟା ଅଟକି ଯାଇଥିଲା, କିନ୍ତୁ ଆଜିର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ଖବର ଲେଖା ହେବା ସୁଦ୍ଧା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୦୦ ଟପି ସାରିଥିବା ବେଳେ ୩୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆଗକୁ ମୃତ୍ୟୁସଂଖ୍ୟାରେ ଆହୁରି ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଆଶଙ୍କା ରହିଛି ।

ତେବେ ବାରମ୍ବାର କାହିଁକି ଏହି ଟ୍ରେନ ଦୁର୍ଘଟଣାର ଶୀକାର ହେଉଛି? ଏବଂ ପ୍ରତ୍ୟେକ ଥର ଶୁକ୍ରବାର ହିଁ କରମଣ୍ଡଳ ଏକ୍ସପ୍ରେସ ପାଇଁ ଏକ କାଳ ପାଲଟି ଉଭା ହେଉଛି । ତେବେ ଦୁର୍ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.