fbpx

Video: ପରୀକ୍ଷା ଖାତାକୁ ନେଇ ଘରକୁ ଚାଲି ଆସିଲେ ଦଶମ ଶ୍ରେଣୀର ଛାତ୍ରୀ: ୨୦ ଦିନ ପରେ ଦିଦି ଆସି ଘରୁ ନେଲେ ଖାତା

ବାଲେଶ୍ୱର: ପରୀକ୍ଷା ଦେଲେ ଆଉ ପରୀଖାତାକୁ ଘରକୁ ନେଇ ଚାଲି ଆସିଲେ ଦଶମ ଶ୍ରେଣୀର ଛାତ୍ରୀ। ପରୀକ୍ଷା ଖାତାକୁ ପାଖରେ ୨୦ ଦିନ ପର୍ଯ୍ୟନ୍ତ ରଖିଲେ। ଆଉ ତାପରେ ଯାଇ ଛାତ୍ରୀଙ୍କ ଘର ଖୋଜି ଖୋଜି ଆସି ସ୍କୁଲର ପ୍ରଧାନ ଶିକ୍ଷକ ଖାତାକୁ ଉକ୍ତ ଛାତ୍ରୀଙ୍କ ଘରୁ ନେଇ ଆସିଲେ।

ଏପରି ଘଟଣା ଘଟିଛି ଜମୁଝାଡ଼ିରେ ଥିବା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟର । ତେବେ ଛାତ୍ରୀ ଜଣକ ଉକ୍ତ ବିଦ୍ୟାଳୟରେ ଦଶମ ଶ୍ରେୀ ପରୀକ୍ଷା ଦେଉଥିଲେ । ଶେଷ ପରୀକ୍ଷା ଦିନ ଥିଲା ଗଣିତ । ଏବଂ ପରୀକ୍ଷା ଦେଇସାରିବା ପରେ ଛାତ୍ରୀ ଜଣଙ୍କ ତାଙ୍କ ଘରକୁ ପରୀକ୍ଷା ଖାତାକୁ ନେଇ ଚାଲିଆସିଥିଲେ । କାରଣ ଦିଦିଙ୍କୁ ସେ ତାଙ୍କ ପରୀକ୍ଷା ସରିଯାଇଥିବା କହିଥିଲେ । ଦିଦି କହିଥିଲେ କି ସେହି ପାଖରେ ରଖ । ହେଲେ ଶେଷରେ ଦିଦି ତାଙ୍କ ଖାତାକୁ ନେଇ ନଥିଲେ । ଯାହାଫଳରେ ଛାତ୍ରୀ ଜଣକ ତାଙ୍କ ସାଙ୍ଗରେ ଖାତାକୁ ନେଇଆସିଥିଲେ ।

ଏବେ ଆପଣ ଭାବୁଥିଲେ ଖାତା ଛାତ୍ରୀଙ୍କ ଘରେ ରହିଛି ବୋଲି ସାର କେମିତି ଜାଣିଲେ । ଆଜ୍ଞା ଯେତେବେଳେ ଖାତ ଦେଖା ଆରମ୍ଭ ହୋଇଥିଲା । ସେତିକିବେଳେ ରୋଲନମ୍ବର ତ ଥିଲା ହେଲେ ଖାତା ନଥିଲା । ଏକଥା ଶୁଣିଲା ପରେ ପ୍ରଧାନ ଶିୀକ୍ଷକଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା । ତାପରେ ଯାଇ ଛାତ୍ରୀଙ୍କ ଘରୁ ଖାତା ଆଣିଥିଲେ । କିନ୍ତୁ ଏଭଳି ଭୁଲକୁ ମୁହେଁ ମୁହେଁ ମନା କରିଦେଇଛନ୍ତି ପ୍ରଧାନ ଶିକ୍ଷକ । କହିଛନ୍ତି ଏମିତି କିଛି ଭୁଲ ହୋଇନାହିଁ । ଏହା ଏକ ଫେକ ନ୍ୟୁଜ ।

Get real time updates directly on you device, subscribe now.