fbpx

ରାଜ୍ୟସଭାରେ ପାସ୍ ହେଲା କୃଷି ବିଲ୍

ନୂଆଦିଲ୍ଲୀ, ୨୦ା୯: ରାଜ୍ୟସଭାରେ କୃଷି ବିଲ୍ ପାରିତ ହୋଇଛି । ବାଚନିକ ଭୋଟରେ କୃଷି ବିଲ୍ ପାସ ହୋଇଛି । ବିରୋଧୀଙ୍କ ହଙ୍ଗାମା ଭିତରେ ଏହି ବିଲ୍ ପାସ ହୋଇଥିବା ସୂଚନା ମିଳିଛି । ସିଲେକ୍ଟ କମିଟିକୁ ପଠାଇବା ନେଇ ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରାଯାଇଛି । ଏହାସହ ରାଜ୍ୟସଭାରେ କୃଷି ସମ୍ପର୍କିତ ଦୁଇଟି ବିଲ୍ ପାସ୍ ହୋଇଛି । କୃଷକ ସଶକ୍ତିକରଣ ଓ ସଂରକ୍ଷଣ ବିଧେୟକ ୨୦୨୦, କୃଷକ ସମ୍ବର୍ଦ୍ଧନ ଓ ସୁବିଧା ବିଧେୟକ ୨୦୨୦ ବିଲ୍ ପାସ୍ ହୋଇଛି ।

Get real time updates directly on you device, subscribe now.