fbpx

ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର: ଆରମ୍ଭ ହେବ ଅମରନାଥ ଯାତ୍ରା, ଏହି ତାରିଖରୁ କରିପାରିବେ ପଞ୍ଜୀକରଣ

Advertisement

ଅମରନାଥ ଯାତ୍ରା ପାଇଁ ଯିବାକୁ ଚାହୁଥିବା ଭକ୍ତଙ୍କ ପାଇଁ ଖୁସି ଖବର । କରୋନା ମହାମାରୀ କାରଣରୁ ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ବାବା ଅମରନାଥ ଯାତ୍ରାଙ୍କ ଚଳିତ ବର୍ଷ ୩୦ ଜୁନରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ୧୧ ଏପ୍ରିଲରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ ।

ଏନେଇ ବୋର୍ଡର କହିବା ଅନୁଯାୟୀ ଗୋଟିଏ ଦିନରେ ୨୦ ହଜାର ଲୋକଙ୍କ ପଞ୍ଜୀକରଣ ହୋଇପାରିବ । ଏତିକି ନୁହେଁ କେବଳ ସ୍ରାଇନ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ କାଉଣ୍ଟର ଦ୍ୱାରା ବାବା ଅମରନାଥଙ୍କ ଯାତ୍ରା ପାଇଁ ରେଜିଷ୍ଟ୍ରେସନ ହୋଇପାରିବ ।

ସୂଚନାଯୋଗ୍ୟ, ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ୭୫ ବର୍ଷରୁ ଅଧିକ ବୟସ ଲୋକ ଏବଂ ୧୩ ବର୍ଷରୁ କମ୍ ବୟସର ପିଲାଙ୍କୁ ଅମରନାଥ ଯାତ୍ରା ପାଇଁ ଅନୁମତି ନାହିଁ । ଏହା ସହ ଦେଢ଼ ମାସରୁ ଅଧିକ ଗର୍ଭବତୀ ମହିଳା ମଧ୍ୟ ଅମରନାଥ ଯାତ୍ରା କରିପାରିବେ ନାହିଁ ।

Get real time updates directly on you device, subscribe now.