fbpx

ବାଣ କାରଖାନାରେ ଭୟଙ୍କର ବିସ୍ପୋରଣରେ ଥରି ଉଠିଲା ଅଞ୍ଚଳ, ୮ ମୃତ ୧୦ରୁ ଅଧିକ ଗୁରୁତର

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ଏକ ବେଆଇନ ବାଣ କାରଖାନାରେ ବିସ୍ପୋରଣ ହେବା ଦ୍ୱାରା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଲୋକମାନଙ୍କ କହିବା ଅନୁସାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ । କୁହାଯାଉଛି ବିସ୍ପୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ପାଖାପାଖି ଥିବା ଥିବା ଘର ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହା ପୂର୍ବରୁ ମଧ୍ୟ ରାଜ୍ୟରେ ଏଗରା, ବଜବଜ , ପାଟନା ଫ୍ୟାକ୍ଟ୍ରିରେ ବିସ୍ପୋରଣ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ଉତ୍ତର ୨୪ ପ୍ରଗଣାରେ ହୋଇଥିବା ବିସ୍ଫୋରଣରେ ଏ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୮ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ବିସ୍ପୋରଣର ତୀବ୍ରତା ଏତେ ଅଧିକ ଥିଲା ଯାହା ଦ୍ୱାରା କଂକ୍ରିଟ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ମୃତଦେହ ଗୁଡିକ ୫୦ /୧୦୦ ମିଟର ଦୂରକୁ ଛିଡିକି ପଡିଥିବାର ଦେଖିବାକୁ ମଳିଥିଲା ।
ସୂଚନା ଅନୁସାରେ ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ôଚଥିଲା ସେତେବେଳେ ଗାଁ ଲୋକମାନେ ପୋଲିସକୁ ଆକ୍ରମଣ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଜନବସତି ଅଞ୍ଚଳରେ କିପରି ବେଆଇନ ବାଣ ପ୍ରସ୍ତୁତି କାରଖାନା ଚାଲିଥିଲା । ଏହାର ମାଲିକ ଶାସକ ଦଳର ନେତା ଥିବାରୁ ଗ୍ରାମବାସୀ ଭୟରେ ପାଟି ଚୁପ୍ କରି ରହିଥିଲେ ।

Get real time updates directly on you device, subscribe now.