fbpx

ରାଜ୍ୟରେ ତୃଣମୂଳ ସ୍ତରରେ ଲୋକଙ୍କ ଭରସା ଜିତୁଛି BJD; ମିଶ୍ରଣ ପର୍ବରେ ସାମିଲ ହେଉଛନ୍ତି ଅନ୍ୟ ଦଳର ବରିଷ୍ଠ ନେତା

ବାଲେଶ୍ବର: (ଓଡ଼ିଶା ଭାସ୍କର) ରାଜ୍ୟରେ ତୃଣମୂଳ ସ୍ତରରେ ଲୋକଙ୍କ ଭରସା ଜିତୁଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଆରମ୍ଭ ହୋଇଯାଇଛି ମିଶ୍ରଣ ପର୍ବ । ଅନ୍ୟ ଦଳରୁ ବରିଷ୍ଠ ନେତୃବୃନ୍ଦ ହେଉଛନ୍ତି ବିଜେଡିରେ ସାମିଲ । ଆହୁରି ମଜଭୁତ ହେଉଛି ଦଳୀୟ ସଂଗଠନ । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ, ସ୍ବଚ୍ଛ ଶାସନ ଏବଂ ଦୃଢ଼ ନେତୃତ୍ଵରେ ଅନୁପ୍ରାଣିତ ହୋଇ, ନବୀନ ଓଡ଼ିଶା ଗଠନରେ ନିଜକୁ ସାମିଲ କରି ଜନସେବାରେ ବ୍ରତୀ ହେବାର ଲକ୍ଷ୍ୟ ନେଇ; ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସିନୀ ଜେନାଙ୍କ ନେତୃତ୍ଵରେ ଗୁରୁବାର ଶଙ୍ଖ ଭବନ ଠାରେ ମନ୍ତ୍ରୀ ତଥା ବାଲେଶ୍ବର ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏବଂ ବାଲେଶ୍ଵର ଜିଲ୍ଲାର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ, ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ, ପୂର୍ବତନ ତଥା ବର୍ତ୍ତମାନ ବାଲେଶ୍ବର – ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ, ବାଲିଆପାଳ ବ୍ଲକ୍ ସରପଞ୍ଚ ସଂଘ ସଭାପତି ତଥା ଶ୍ରୀରାମପୁର ଗ୍ରାମ ପଞ୍ଚାୟତର ବର୍ତ୍ତମାନ ସରପଞ୍ଚ ଦେବ କୁମାର ଦେ’ଙ୍କ ସମେତ ଶ୍ରୀରାମପୁର ଗ୍ରାମ ପଞ୍ଚାୟତର ଝାଡେଶ୍ୱର ବେହେରା, ନିତ୍ୟାନନ୍ଦ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ଦେ, ଗଙ୍ଗାଧର ପାତ୍ର, ଗୌର ମୋହନ ଜେନା, ଗଦାଧର ଜେନା, ମିହିର କୁମାର ମିଶ୍ର, ବୈକୁଣ୍ଠ ବିଶ୍ଵାଳ, ରଘୁନାଥ ବିଶ୍ଵାଳ ପ୍ରମୁଖ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ଦଳକୁ ସେମାନଙ୍କୁ ସ୍ୱାଗତ କରି, ବିଜେଡିରେ ସେମାନଙ୍କ ଯୋଗଦାନ ବସ୍ତା ନିର୍ବାଚନ ମଣ୍ଡଳୀରେ ଦଳକୁ ଆହୁରି ସଶକ୍ତ ଓ ସଂଗଠିତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀମତୀ ଜେନା ମତବ୍ୟକ୍ତ କରିଥିଲେ । ଏହି ଯୋଗଦାନ କାର୍ଯ୍ୟକ୍ରମରେ ବସ୍ତା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଶଙ୍ଖ ଭବନ ଠାରେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.