fbpx

(Video) ଚାଲିଥିଲା ବ୍ରିଜ କାମ ସକାଳୁ ସକାଳୁ ପହଞ୍ଚିଗଲା ବିଶାଳ କୁମ୍ଭୀର; ଗାଁ ଲୋକେ ଦୌଡ଼ି ଆସିଲେ…

ମହାକାଳପଡ଼ା: (ଓଡ଼ିଶା ଭାସ୍କର) ଗାଁ ପାଖ ନଦୀରେ ନିର୍ମାଣ ହୋଇଉଥିଲା ବ୍ରିଜ । ଆଉ ନଦୀ ସେ ପାଖରୁ ସାଥି କୁମ୍ଭୀରକୁ ଖୋଜି ଖୋଜି ପଡିଗଲା ନିର୍ମାଣ ଧୀନ ବ୍ରିଜ ଗର୍ତ୍ତରେ । ଗର୍ତ୍ତରେ ପଡିଯିବା ପରେ କୁମ୍ଭୀରଟି ବାହାରିପାରୁନଥିବା ଜଣା ପଡ଼ିଛି । ସକାଳୁ ସକାଳୁ ଏ ଖବର ଜଣା ପଡିବା ପରେ କୁମ୍ଭୀରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବନ୍ୟଜୀବ ବାନାଞ୍ଚଳ ଅଧୀନ ବଡ଼ିହି ପଞ୍ଚାୟତ ଅଧୀନ ଇଟାକାଣ୍ଡିଆ ଗାଁ ନିକଟରେ ଏକ ନିର୍ମାଣଧୀନ ସେତୁର ଗର୍ତ୍ତରେ ଫସି ଯାଇଛି ଏକ ବଉଳା କୁମ୍ଭୀର ।

କୁମ୍ଭୀରମାନଙ୍କର ମିଳନ ଋତୁ ହୋଇଥିବାରୁ ସାଥି କୁମ୍ଭୀର ସହିତ ନଦୀ ରେ ବୁଲୁ ବୁଲୁ ନଦୀ ମଝିରେ ନିର୍ମାଣ ହେଉଥିବା ସେତୁର ଗର୍ତ୍ତ ରେ ଫସିଗଲା ବଉଳା କୁମ୍ଭୀର । ଗଭୀର ଗର୍ତ୍ତରୁ ବାହାରିବା କୁମ୍ଭୀର ପକ୍ଷେ କଷ୍ଟକର ହୋଇପଡିଛି । କୁମ୍ଭୀରଟି ଗର୍ତ୍ତରେ ଫସି ରହିଥିବା ଖବର ଜଣା ପଡିବା ପରେ ଏହି ବଉଳା କୁମ୍ଭୀରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଏପର୍ଯ୍ୟନ୍ତ ବନବିଭାଗ ପହଞ୍ଚି ପାରି ନାହିଁ । ସେପଟେ ଫସିଥିବା କୁମ୍ଭୀରକୁ ଉଦ୍ଧାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.