fbpx

କାନାଡ଼ା ସରକାରଙ୍କ ବଡ଼ ନିଷ୍ପତ୍ତି, ରଦ୍ଦ ହେବ Student Visa

ଓଟାୱା: ଆଜିକାଲି ଅନେକ ଛାତ୍ରଛାତ୍ରୀ ବିଦେଶରେ ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ କାନାଡ଼ାରେ ପଡ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । କାନାଡ଼ା ସରକାର ଆସନ୍ତା ୨ ବର୍ଷ ପାଇଁ ଆନ୍ତର୍ଜାତୀୟ ଛାତ୍ର ଭିସା ରଦ୍ଦ ଏବଂ ଭିସା ପ୍ରଦାନ କରିବା ପାଇଁ ଏକ ସୀମା ସ୍ଥିର କରିବା ପାଇଁ ଘୋଷଣା କରିଛନ୍ତି ।

କାନାଡ଼ାର ଇମିଗ୍ରେସନ୍ ମନ୍ତ୍ରୀ ମାର୍କ ମିଲର ସୋମବାର ଓଟାୱାରେ ଏକ ସାମ୍ବଦିକ ସମ୍ମିଳନୀରେ କହିଥିଲେ ଯେ ଆଗାମୀ ସପ୍ତାହରେ ଚିକିତ୍ସା ଏବଂ ଆଇନ୍ ଭଳି ବୃତ୍ତିଗତ କାର୍ଯ୍ୟକ୍ରମ ସହିତ ମାଷ୍ଟର ଏବଂ ଡ଼କ୍ଟରେଟ୍ କାର୍ଯ୍ୟକ୍ରମରେ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ଜୀବନସାଥୀଙ୍କ ପାଇଁ ଓପନ୍ ୱାର୍କ ପରମିଟ୍ ଉପଲବ୍ଧ ରହିବ । କାନାଡ଼ାରେ ପ୍ରାୟ ସାଢ଼େ ୩ ଲକ୍ଷ ଭାରତୀୟ ଛାତ୍ରଛାତ୍ରୀ ଅଧ୍ୟୟନ କରିବା ପାଇଁ ଯାଇଥାନ୍ତି । ତେବେ ଅଧିକାଂଶ ଛାତ୍ରଛାତ୍ରୀ ପଞ୍ଜାବ ଏବଂ ଗୁଜରାଟର । ଏକ ରିପୋର୍ଟରୁ ପ୍ରକାଶ ଯେ ଆନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଅଧ୍ୟୟନର ପରମିଟ୍ ପାଇଁ ଗ୍ରହଣ କରାଯାଇଥିବା ଆବେଦନ ସଂଖ୍ୟା ଉପରେ ଏକ ଇନଟେକ୍ କ୍ୟାପ୍ ଲାଗୁ କରିବା ପାଇଁ କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଘୋଷଣା କରିଛନ୍ତି । ଗତ ବର୍ଷ ତୁଳନାରେ ଚଳିତି ବର୍ଷ ଏହି ସଂଖ୍ୟାରେ ୩୫% ହ୍ରାସ ଦେଖିବାକୁ ମିଳିବ । ବର୍ତ୍ତମାନ କାନାଡ଼ାରେ ଗୃହ ସଂକଟ ଯୋଗଁ କାନାଡ଼ା ସରକାର ସମାଲୋଚନାରେ ଘେରି ରହିଛି । ଏକ୍ସପର୍ଟ ଚେତାବନୀ ଦେଇଛନ୍ତି ଯେ ଦେଶରେ ଅସ୍ଥାୟୀ ବାସିନ୍ଦାଙ୍କ ସଂଖ୍ୟା ବୃଦ୍ଧି ହେଉଛି । ତେଣୁ ଘର ଭଡ଼ା ମଧ୍ୟ ବୃଦ୍ଧି ପାଉଛି ।

Get real time updates directly on you device, subscribe now.