fbpx

ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର: NHAIରେ ବାହାରିଛି ନିଯୁକ୍ତି ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI)ରେ ଡେପୁଟି ମ୍ୟାନେଜର ପଦବୀ ପୂରଣ ପାଇଁ ଆବେଦନ ଆରମ୍ଭ ହେଇଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି,ସେମାନେ NHAI ର ଅଫିସିଆଲ୍ ୱେବସାଇଟ୍, nhai.gov.in ପରିଦର୍ଶନ କରି ଆବେଦନ କରିପାରିବେ। ତେବେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏଥିରେ ସମୁଦାୟ ୬୦ଟି ପଦବୀ ସଂଖ୍ୟା ରହିଛି। ଯେଉଁଥିରେ ସାଧାରଣ ବର୍ଗ ପାଇଁ ୩୧ପଦବୀ ରହିଛି ଓ ଅନୁସୁଚିତ ଜାତି ପାଇଁ ୯ ପଦବୀ ରହିଛି। ସେହିପରି ଅନୁସୂଚିତ ଜନଜାତି ପାଇଁ ୫ଟି ପଦବୀ ରହିଛି। ଅନ୍ୟପଟେ OBC-NCL ପାଇଁ ୧୧ ପଦବୀ ଓ EWS ପାଇଁ ୪ଟି ପଦବୀ ରହିଛି। ତେବେ ନିଯୁକ୍ତି ପ୍ରକ୍ରିୟା ଲିଖିତ ପରୀକ୍ଷା ଓ ମେରିଟ୍‌ ଆଧାରରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ ବୋଲି କୁହାଯାଇଛି।

ଜାଣନ୍ତୁ, ଏହି ପଦବୀ ପାଇଁ କଣ ସ’ବୁ ଆବଶ୍ୟକ ରହିଛି:-

ବୟସ ସୀମା

ଆଶାୟୀ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଉର୍ଦ୍ଧ୍ୱ ହୋଇ ନ ଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା

ଇଚ୍ଛୁକ ପ୍ରାର୍ଥୀ ଏକ ସ୍ୱିକୃତୀପ୍ରାପ୍ତ ଅନୁଷ୍ଠାନରୁ ସିଭିଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ଆବେଦନ ତାରିଖ

ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଆଶାୟୀ ପ୍ରାର୍ଥୀ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ କରି ପାରିବେ।

 

Get real time updates directly on you device, subscribe now.