fbpx
BSKY SKY
BSKY SKY

(Video) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାରି କଲେ ରାମ ମନ୍ଦିର ପ୍ରାଣପ୍ରତିଷ୍ଠାର ଭିଡିଓ, କହିଲେ ଯାହା ଆମେ ଅଯୋଧ୍ୟାରେ ଦେଖିଲୁ..

BSKY

ନୂଆଦିଲ୍ଲୀ: ଅଯୋଧ୍ୟା ନଗରୀରେ ରାମ ମନ୍ଦିର ତିଆରି ହୋଇସାରି ମନ୍ଦିରର ଗର୍ଭ ଗୃହରେ ରାମଲଲାଙ୍କ ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ସଂପର୍ଣ୍ଣ ହୋଇଯାଇଛି । ଏଯଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ ଭାରତର ବଡ଼ ବଡ଼ ନେତା, ଫିଲ୍ମ, ଖେଳାଳି ଏବଂ ଉଦ୍ୟେଗ ଜଗତ ସହ ଜଡ଼ିତ ଚେହେରା ସାମିଲ ହୋଇଥିଲେ । ଏବେ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ଦ୍ୱାର ଖୋଲା ହୋଇସାରିଛି ଏବଂ ରାମ ଲଲାଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ ଅଯୋଧ୍ୟାରେ ଦେଖିବାକୁ ମିଳିଛି । ଏହି ସମୟରେ ପ୍ରଧାନମନ୍ତ୍ରୀ ୨୩ ଜାନୁଆରୀ ଦିନ ସକାଳୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ଭିଡିଓ ସେୟାର କରିଛନ୍ତି ।

ଅଯୋଧ୍ୟାରେ ଆୟୋଜିତ ହୋଇଥିବା ଗ୍ରାଣ୍ଡ ପ୍ରୋଗ୍ରାମର ଭିଡିଓକୁ ତାଙ୍କ X ଆକାଉଣ୍ଟରୁ ପ୍ରଧାନମନ୍ତ୍ରୀ ମୋଦୀ ସେୟାର କରିଛନ୍ତି। ଏହି ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି ଯେ, ଗତ ଜାନୁଆରୀ ୨୨ରେ ଆମେ ଅଯୋଧ୍ୟାରେ ଯାହା ଦେଖିଥିଲୁ ତାହା ଆଗାମୀ ବର୍ଷଗୁଡ଼ିକ ପାଇଁ ଆମ ସ୍ମୃତିରେ ଛାପ ରହିବ। ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ପ୍ରବେଶ କରିବାର ମୂହୁର୍ତ୍ତ, ମନ୍ଦିରର ସୌନ୍ଦର୍ଯ୍ୟ ଏବଂ ଗର୍ଭଗୃହରେ ପ୍ରାଣପ୍ରତିଷ୍ଠା କିଛି ମୁହୂର୍ତ୍ତ ସେୟାର କରିଛନ୍ତି।

Get real time updates directly on you device, subscribe now.