fbpx

ହଂକଂକୁ ପଛରେ ପକାଇ ବିଶ୍ୱର ଚତୁର୍ଥ ସବୁଠାରୁ ବଡ଼ ସେୟାର ମାର୍କେଟ ହେଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ଷ୍ଟକ୍ ମାର୍କେଟ୍ ପ୍ରଥମ ଥର ପାଇଁ ହଂକଂକୁ ପଛରେ ପକାଇ ଦେଇଛି । ବ୍ଲୁମବର୍ଗ ତଥ୍ୟ ଅନୁଯାୟୀ ଭାରତୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଷ୍ଟକଗୁଡିକର ମିଳିତ ମୂଲ୍ୟ ସୋମବାର ୪.୩୩ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଯେତେବେଳେ କି, ହଂକଂ ପାଇଁ ଏହି ସଂଖ୍ୟା ୪.୨୯ ଟ୍ରିଲିୟନ୍ ଥିଲା । ଏହା ସହିତ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଇକ୍ୱିଟି ବଜାରରେ ପରିଣତ ହୋଇଛି ।

ଘରୋଇ ବଜାରର ବଜାର କ୍ୟାପ୍ ଡିସେମ୍ବର ୫ ରେ ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଛି । ଏଥିରୁ ଗତ ଚାରି ବର୍ଷରେ ପ୍ରାୟ ୨ ଟ୍ରିଲିୟନ ଡଲାର ଆସିଥିଲା । ଦ୍ରୁତ ଗତିରେ ବଢ଼ୁଥିବା ଖୁଚୁରା ନିବେଶକାରୀ ଆଧାର ଏବଂ ଦୃଢ଼ କର୍ପୋରେଟ୍ ରୋଜଗାର ହେତୁ ଭାରତରେ ଇକ୍ୱିଟି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦୁନିଆର ସବୁଠାରୁ ଜନବହୁଳ ଦେଶ ଚୀନର ବିକଳ୍ପ ଭାବରେ ନିଜକୁ ସ୍ଥାପିତ କରିଛି । ଭାରତୀୟ ବଜାର ବର୍ତ୍ତମାନ ବିଶ୍ୱର ନିବେଶକ ଏବଂ କମ୍ପାନୀଗୁଡିକରୁ ନୂଆ ପୁଞ୍ଜି ଆକର୍ଷିତ କରୁଛି ।

ଏହି ମାଇଲଖୁଣ୍ଟରେ ପହଞ୍ଚିବାର କାରଣ: ମୁମ୍ବାଇର ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡର ମୁଖ୍ୟ ନିବେଶ ଅଧିକାରୀ ଆଶିଷ ଗୁପ୍ତା କହିଛନ୍ତି ଯେ, ‘ଭାରତରେ ବିକାଶର ଗତିକୁ ଆଗକୁ ବଢ଼ାଇବା ପାଇଁ ସବୁ ଜିନିଷ ଅଛି । ଭାରତୀୟ ଷ୍ଟକରେ ଲଗାତାର ବୃଦ୍ଧି ଏବଂ ହଂକଂରେ ଐତିହାସିକ ହ୍ରାସ ଭାରତକୁ ଏହି ସ୍ଥାନକୁ ନେଇଛି ।’

Get real time updates directly on you device, subscribe now.