fbpx

ସିଏପିଏଫ ଯବାନଙ୍କୁ ମିଳିବ ୧୦୦ ଦିନର ଛୁଟି: ଗୃହ ମନ୍ତ୍ରାଳୟର ପ୍ରସ୍ତାବ ଉପରେ ଲାଗିପାରେ ମୋହର

ନୂଆଦିଲ୍ଲୀ: ଏଣିକି ସିଏପିଏଫ ଯବାନଙ୍କୁ ପ୍ରତିବର୍ଷ ମିଳିବ ୧୦୦ ଦିନ ଛୁଟି । ଶେଷରେ କେନ୍ଦ୍ର ଏଭଳି ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସିଏପିଏଫ ଯବାନମାନଙ୍କୁ ନିଜ ପରିବାର ସହ ଅତି କମରେ ୧୦୦ ଦିନ ବିତାଇବା ପାଇଁ ଅନୁମତି ପ୍ରସ୍ତାବକୁ ଖୁବ ଶୀଘ୍ର ଲାଗୁ କରାଯିବ । ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧୀନରେ ଥିବା ୫ ସୁରକ୍ଷାବଳ ସମୂହକୁ କୁହାଯାଏ ସିଏପିଏଫ । ବିଏସଏଫ, ସିଆରପିଏଫ, ସିଆଇଏସଏଫ ସମେତ ଆଇଟିବିପି ଓ ଏସଏସବି ସିଏପିଏଫର ଗୋଟିଏ ଗୋଟିଏ ଅଂଶ । ତେବେ କାର୍ଯ୍ୟରତ ଯବାନଙ୍କ ଛୁଟି ପ୍ରସଙ୍ଗ ଗତ ୩ ବର୍ଷରୁ ଅନେକ ଆଲୋଚନା ପରେ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ । କିନ୍ତୁ ଖୁବ ଶୀଘ୍ର ଏହାକୁ ନେଇ ଗୃହମନ୍ତ୍ରୀଙ୍କ ତରଫରୁ ଅନୁମତି ମିଳିପାରେ ବୋଲି ଆଶା କରାଯାଉଛି ।

ସମସ୍ତ ଯବାନ ନିଜ ପରିବାର ଲୋକଙ୍କ ସହିତ ୧୦୦ ଦିନ ଛୁଟିରେ ରହିପାରିବେ ବୋଲି ପୂର୍ବରୁ କହିଥିଲେ ଅମିତ ଶାହା । ଏଥିପାଇଁ ମନ୍ତ୍ରାଳୟ ଏକ କମିଟି ମଧ୍ୟ ଗଠନ କରିଛି ଏବଂ ଏ ପ୍ରସଙ୍ଗ ଉପରେ ଡିଜିଙ୍କ ସହିତ ଆଲୋଚନା ଚାଲିଛି ବୋଲି ସେ କହିଥିଲେ । ତେବେ କିଛି ଦିନ ପୂର୍ବେ ସିଏପିଏଫ ଆସୋସିଏସନର ସାଧାରଣ ସମ୍ପାଦକ ରଣବୀର ସିଂ ଗୃହମନ୍ତ୍ରୀଙ୍କ ପ୍ରତିଶ୍ରୁତି ବିଫଳ ହୋଇଥିବା ନେେଇ ମତପ୍ରକାଶ କରିଥିଲେ । ଅଢେଇ ର୍ବେ ପରେ ମଧ୍ୟ ଛୁଟିକୁ ନେଇ କୌରସି ନିୟମ ଲାଗୁ ନ ହେବାରୁ ଏହାକୁ ବିଫଳ ବୋଲି ସେ ମହିଥିଲେ । ତେବେ ରଣବୀରଙ୍କ ଏହି କଟୋକ୍ତିକୁ ଅନୁଭବ କରିବା ସହ ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Get real time updates directly on you device, subscribe now.