fbpx

ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସିଂହଧ୍ଵଜ ରଥ; ନବମୀ ପର୍ଯ୍ୟନ୍ତ ଚାଲିବ ରଥଯାତ୍ରା

ଯାଜପୁର: (ଓଡ଼ିଶା ଭାସ୍କର) ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସିଂହଧ୍ଵଜ ରଥ । ଭକ୍ତ ମାନଙ୍କ ଦ୍ୱାରା ବିରଜାଙ୍କ ରଥ ଦାଣ୍ଡରେ ମା ବିରଜାଙ୍କ ସିଂହଧ୍ଵଜ ରଥକୁ ସିଂହଦ୍ୱାର ସମୁଖରୁ ଟାଣି ଟାଣି ନେଇ ପୂର୍ବ ଉତ୍ତର କୋଣରେ ରଖିଛନ୍ତି । ଏହି ରଥ ଯାତ୍ରା ନବମୀ ପର୍ଯ୍ୟନ୍ତ ଚାଲୁ ରହିବ । ଗୁରୁବାର ଅପରାହ୍ନ ସମୟରେ ରଥ ମଣ୍ଡପରେ ରଥ ପ୍ରତିଷ୍ଠା କାର୍ଯ୍ୟ ରୀତିନୀତି ଅନୁଯାଇ ସମ୍ପୂର୍ଣ ହେବାପରେ ମା ବିରଜାଙ୍କ ବିଜେ ପ୍ରତିମାକୁ ଏକ ସୁସଜିତ ବିମାନରେ ନିଆଯାଇଥିଲା ।

ସେବାୟତ ମାନେ ମା’ଙ୍କ ଶ୍ରୀଅଙ୍ଗ ଲାଗି ରତ୍ନ ସିଂହାସନରୁ ଘଣ୍ଟା, ବାଦ୍ୟ, ଦୁନ୍ଦିଭି, ଛତା ତରାଶ, ଆର୍ଷାବାଡ଼ି ପ୍ରଭୁତି ବଜାଇ ରଥକୁ ରୀତିନୀତି ଅନୁଯାଇ ପୂଜା କରିବା ପରେ ବିଜେ ପ୍ରତିମାକୁ ରଥ ସିଂହାସନରେ ରଥାରୁଡ଼ କରିଥିଲେ ।

ପରେ ରଥ ଦାଣ୍ଡରେ ଉପସ୍ଥିତ ଥିବା ଭକ୍ତମାନେ ସିଂହଧ୍ଵଜ ରଥକୁ ଟାଣି ନେଇଥିଲେ । ବୁଧୁବାର ରାତ୍ରିରେ ରଥାଧୀବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରୁବାର ଠାରୁ ମା ବିରଜାଙ୍କ ନବଦିନ ବ୍ୟାପି ପାଦ ଦର୍ଶନ ଆରମ୍ଭ ହେଇଛି ।

Get real time updates directly on you device, subscribe now.