fbpx

ବିଧାନସଭାରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଆଗତ କଲେ ମୁଖ୍ୟମନ୍ତ୍ରୀ, ବିରୋଧୀଙ୍କୁ କଡ଼ା ଭାଷାରେ କଲେ ସମାଲୋଚନା

Advertisement

ଭୁବନେଶ୍ୱର: ଆଜି ବିଧାନସଭାରେ ୨୦୨୩-୨୪ ଆର୍ଥକ ବର୍ଷ ପାଇଁ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚ ଦାବି ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଗଣମାଧ୍ୟମ ଆଗରେ ମନ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀମାନେ ଓଡ଼ିଶାକୁ ଲ ଲେସନେସ୍ କହିବା ଓଡ଼ିଶାବାସୀଙ୍କୁ ଅପମାନ ବୋଲି ସେ କହିଛନ୍ତି। ବିରୋଧୀ ମାନଙ୍କୁ ଚେତାଇ ଦେଇଛନ୍ତି ଯେ, ଯେଉଁମାନେ ଲ ଲେସନେସ୍ କହୁଛନ୍ତି, କିଛି କଥା ମନରେ ରଖନ୍ତୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ନିବେଶକମାନେ ଓଡ଼ିଶାକୁ ପିସଫୁଲ୍ କହିଛନ୍ତି। ସେହିପରି ଓଡ଼ିଶାରେ ଆଇନ ଶୃଙ୍ଖଳା ସ୍ଥିତି ଭଲ ଥିବାରୁ ନିବେଶକମାନେ ଆମ ରାଜ୍ୟକୁ ଆସିଛନ୍ତି।

ସେହିପରି ନବ ଦାସ ହତ୍ୟା ମାମଲାରେ ବିରୋଧୀ ମିଛ କହୁଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ନବ ଦାସଙ୍କ ମୃତୁର ଦୁଇଟି ଦିଗକୁ ନେଇ ତଦନ୍ତ ହେଉଛି। ପ୍ରଥମ ସତ୍ୟ ଉନ୍ମୋଚନ ଏବଂ ଦ୍ୱିତୀୟରେ ଦୋଷୀକୁ କିପରି ଦଣ୍ଡ ମିଳିବ।

ତେବେ ଖର୍ଚ୍ଚ ଦାବି ଆଗତ ସମୟରେ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଦୁର୍ନୀତି ବିରୋଧରେ ଆମ ସରକାର ଜିରୋ ଟଲରାନ୍ସ୍ କାରର୍ଯ୍ଯକାରୀ କରୁଛନ୍ତି। ଲୋକାୟୁକ୍ତ ବ୍ୟବସ୍ଥାରେ କଡ଼ା କାର୍ଯ୍ଯାନୁଷ୍ଠାନ ହେଉଛି । ଗତବର୍ଷ ଓଡ଼ିଶା ଲୋକାୟୁକ୍ତଙ୍କ ପାଖରେ ୫୫୮ଟି ଦୁର୍ନିତୀ ମାମଲା ବିଚାର ହୋଇଛି । ସେହିପରି ଦୁର୍ନୀତି କରି ଭିଜିଲାନ୍ସ୍ ହାତରେ ଧରାପଡ଼ିଛନ୍ତି ୫୫୭ ଜଣ ସରକାରୀ ଅଧିକାରୀ । ଚାକିରିରୁ ବରଖାସ୍ତ ହୋଇଛନ୍ତି ୩୦ ଜଣ । ଓପିଏସପି ଦ୍ବାରା କରାଯାଉଥିବା ନିଯୁକ୍ତି ପରୀକ୍ଷାକୁ ଆହୁରି ସ୍ବଚ୍ଛ ଓ ଶୀଘ୍ର ଫଳାଫଳ ପ୍ରକାଶ ପାଇଁ ନିଆଯାଇଛି ସ୍ବତନ୍ତ୍ର ପଦକ୍ଷେପ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବାର୍ଷିକ କାର୍ଯ୍ଯାବଳୀ ବିବରଣୀରେ ଏପରି କିଛି ବାସ୍ତବ ଚିତ୍ର ଉଲ୍ଲେଖ କରିଛନ୍ତି ସରକାର । କେବଳର ପ୍ରଶାସନକୁ ସୁଦୃଢ଼ କରାଯାଇନି ଅସହାୟ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଗତବର୍ଷ ଡିସେମ୍ବର ସୁଦ୍ଧା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୫୮୬ ଜଣ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ପ୍ରଦାନ କରାଯାଇଛି ୪ କୋଟି ୪୪ ଲକ୍ଷ ୯୦ ହଜାର ଟଙ୍କା । ସେହିପରି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪୫ ଜଣ ବ୍ୟକ୍ତିଙ୍କ ପରିବାରକୁ ସହାୟତା ବାବଦରେ ପ୍ରଦାନ କରାଯାଇଛି ୮୯ ଲକ୍ଷ ଟଙ୍କା ।

 

 

Get real time updates directly on you device, subscribe now.