fbpx

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଜେଲ ଦଣ୍ଡାଦେଶ… ଜେଲରେ ରାତି କାଟିବେ ହେମନ୍ତ ସୋରେନ୍

ଓଡ଼ିଶା ଭାସ୍କର: ପଦରୁ ଇସ୍ତଫା ଦେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ(ପୂର୍ବତନ)ଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଛି । ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ପରେ ତାଙ୍କ ଜେଲକୁ ପଠାଇଦେଇଛନ୍ତି ମାନ୍ୟବର କୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେମନ୍ତ ସାରେନଙ୍କୁ ଗିରଫ କରି ପିଏମଏଲଏ କୋର୍ଟରେ ହାଜର କରିବା ପରେ କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତରେ ପଠାଇଛନ୍ତି । ଏ ମାମଲା ସମ୍ପର୍କରେ ଆସନ୍ତା ଶୁକ୍ରବାର ପୁଣିଥରେ ଶୁଣାଣୀ କରାଯିବ । ହେମନ୍ତ ସୋରେନଙ୍କୁ ୧୦ ଦିନର ରିମାଣ୍ଡ ପାଇଁ ଅପିଲ କରାଯାଇଥିବା ବେଳେ କୋର୍ଟ ମାତ୍ର ଗୋଟିଏ ଦିନର ସମୟ ପ୍ରଦାନ କରିଛନ୍ତି ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିପକ୍ଷରେ ଇଡିର କାର୍ଯ୍ୟାନୁଷ୍ଠାନ ଉପରେ ବିଜେପି ନେତା ରାହୁଲ ସିହ୍ନା କହିଛନ୍ତି ଯେ, ପ୍ରମାଣ ମିଳିଥିଲା, ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନିର୍ଦ୍ଦୋଷ ଥାଇ ମଧ୍ୟ ଗିରଫ ବ୍ୟକ୍ତିଙ୍କ ନାମ ରାହୁଲ ଗାନ୍ଧୀଙ୍କୁ ଜଣାଇବା ଆବଶ୍ୟକ । ଅଭିଯୁକ୍ତମାନଙ୍କୁ ଦଣ୍ଡ ମିଳିବା ଆବଶ୍ୟକ ଏବଂ ନିର୍ଦ୍ଦେଶ ଅଚିନ୍ତା ହୋଇ ରହିବା ଉଚିତ୍ । ସେ ଜନତାଙକୁ ଭ୍ରମରେ ପକାଉଥିବା କହିଛନ୍ତି ବିଜେପି ନେତା ରାହୁଲ ସିହ୍ନା ।

Get real time updates directly on you device, subscribe now.