fbpx

BSKYକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସ୍ପଷ୍ଟୋକ୍ତି, ଭିଡିଓ ବାର୍ତ୍ତା ଜରିଆରେ କହିଲେ ଏପରି

Advertisement

ଭୁବନେଶ୍ୱର: ରାଜ୍ୟରେ BSKY ଚାଲୁ ରହିବ ବୋଲି ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଭିଡିଓ ବାର୍ତ୍ତା ଜରିଆରେ ସେ BSKY ବିଷୟରେ ଦେଲେ ସ୍ପଷ୍ଟୋକ୍ତି । ରାଜ୍ୟରେ BSKY ଚାଲୁ ରହିଛି ଓ ଏହି ଯୋଜନାରେ ରୋଗୀ ଚିକିତ୍ସା ଅବ୍ୟାହତ ରହିଛି ବୋଲି କହିଲେ । BSKY ହିତାଧିକାରୀଙ୍କୁ ହସ୍ପିଟାଲମାନେ ଅବହେଳା କରିପାରିବେ ନାହିଁ । ଚିକିତ୍ସାରେ ଅବହେଳା କରିପାରିବେନି କି ଡିସଚାର୍ଜ କରିପାରିବେନି । ଏ ବିଷୟରେ ହିତାଧିକାରୀ କିଛି ଅସୁବିଧାର ସମ୍ମୁଖୀନ ହେଲେ ହେଲ୍ପଲାଇନ୍ ନମ୍ବର ୧୦୪ରେ କଲ୍ କରି ଜଣାଇପାରିବେ ।

ଏଠାରେ ସୂଚାଇ ଦିଆଯାଇପାରେ କି ରାଜ୍ୟରେ ବିଜେଡି ସରକାରର ପରାଜୟ ପରେ BSKY  ଯୋଜନାର କାର୍ଯ୍ୟକାରୀତାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା । କିଛି ହସ୍ପିଟାଲ ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେଉଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଏହାପରେ ଆଜି ମୁଖ୍ୟ ଶାସନ ସଚିବ ଏପରି ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।

Get real time updates directly on you device, subscribe now.