(Video) ବଦଳିଗଲା ଆକାଶର ରଙ୍ଗ, ଦେଲାଣି ଭୟଙ୍କର ସଂକେତ… ସାଂଘାତିକ ରୂପରେ ଆସୁଛି ‘ଦାନା’: ଗର୍ଜନ କରୁଛି ସମୁଦ୍ର

ଓଡ଼ିଶା ଭାସ୍କର: ସାରା ଓଡ଼ିଶା ପାଇଁ ଧୀରେ ଧୀରେ ନିକଟତର ହେଉଛି ବାତ୍ୟା ବିପଦ । ଯାହା ପୂର୍ବରୁ ବିଭିନ୍ନ ପ୍ରକାର ଏବେ ଆଭାସ ଦେଖାଗଲାଣି । ବାତ୍ୟା କେତେ ଯେ ଭୟଙ୍କର ହେବ, ସେ ନେଇ ଲୋକଙ୍କ ଭିତରେ ଛନକା ପଶିଲାଣି । ବାତ୍ୟା ଯେତେ ପାଖେଇ ଆସୁଛି, ଓଡ଼ିଶାବାସୀଙ୍କ ଭୟ ସେତେ ବଢିବାରେ ଲାଗିଛି । ଶ୍ରୀମନ୍ଦିରରେ ପକ୍ଷୀମାନେ ଉଡିବାଠୁ ଆରମ୍ଭ କରି ଏବେ ଆଉ ଏକ ସଂକେତ ବି ମନରେ ଭୟ ସଂଚାର କଲାଣି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଚାନକ ବଦଳିଯାଇଛି ଆକାଶର ରଙ୍ଗ । ନୀଳ ଆକାଶ ହଠାତ୍ ଲାଲ ଓ ଚିକମିକ ରଙ୍ଗରେ ରଙ୍ଗୀନ ହୋଇଯାଇଛି । ବାତ୍ୟାର ଏଭଳି ସଂକେତ କେଉଁ ବିପଦର ପୂର୍ବାଭାଷ ଦେଉଛଇ ବୋଲି ଭୟଭୀତ ହୋଇ ଯାଇଛି ସାରା ଓଡ଼ିଶା ।

ହଠାତ୍ ନୀଳ ବଦଳରେ ଲାଲ ଚିକମିକ ରଙ୍ଗରେ ରଙ୍ଗୀନ ହୋଇଯାଇଛି । ଯାହାକୁ ଦେଖି ସମସ୍ତେ ଚକିତ । ଆଉ ସମସ୍ତେ କହିଲେଣି ବାତ୍ୟା ଆସିବା ପୂର୍ବର ଏହା ପୂର୍ବାଭାସ । ବଡ ସାଂଘାତିକ ହେବ ବାତ୍ୟା ଦାନା । ଏବେ ବାତ୍ୟା ପାରାଦୀପରୁ ୪୨୦ କିମି ଦୂରରେ ରହିଥିବା ବେଳେ ଧୀରେ ଧୀରେ ଏହା ସ୍ଥଳଭାଗ ଆଡକୁ ମାଡି ଆସୁଛି । ଅତ୍ୟନ୍ତ ଭୟଙ୍କର ଭାବେ ପ୍ରଳୟ ରଚିବ ବୋଲି କୁହାଯାଉଛି । ଆଉ ଏହାରି ଭିତରେ ଆଜି ଆକାଶରେ ଦେଖିବାକୁ ମିଳିଛି କିଛି ଏମିତି ଦୃଶ୍ୟ । ଯାଜପୁର, ଭଦ୍ରକ ଓ ଚାନ୍ଦବାଲି ଆକାଶରେ ଏ ଦୃଶ୍ୟ ଦେଖିଛନ୍ତି ଲୋକେ । ଯାହ ଏବେ ମନରେ ଭୟକୁ ଦ୍ୱିଗୁଣିତ କଲାଣି । କେତେ ମାତ୍ରାରେ ପ୍ରଳୟ କରିବ ବାତ୍ୟା କଣ କଣ କ୍ଷୟ କ୍ଷତି ହେବ ..ଏମିତି ନାନା ପ୍ରକାର ପ୍ରଶ୍ନ ଏବେ ମନରେ ଉଙ୍କି ମାରୁଥିବା ବେଳେ ସରକାର ବାତ୍ୟା କୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ମଧ୍ୟ ରହିଛନ୍ତି । ତେବେ ପାଣିପାଗ ବିଜ୍ଞାନୀଙ୍କ କହିବା ହିସାବରେ, ଆସନ୍ତାକାଲି ରାତିରୁ ୨୫ ତାରିଖ ପୂର୍ବାହ୍ନ ସୁଦ୍ଧା ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ବର୍ତ୍ତମାନ ବାତ୍ୟା ‘ଦାନା’ ପାରାଦୀପ ଠାରୁ ପ୍ରାୟ ୪୨୦ କିଲୋମିଟର ଦୂରରେ ଥିବା ରେକର୍ଡ କରାଯାଇଛି । ସେହିପରି ଧାମରା ବନ୍ଦରରୁ ମଧ୍ୟ ବାତ୍ୟା ପ୍ରାୟ ୪୫୦ କିଲୋମିଟର ଦୂରରେ ରହିଛି । ଅନ୍ୟ ପକ୍ଷରେ ସାଗର ଦ୍ୱୀପରୁ ଏହି ବାତ୍ୟା ପ୍ରାୟ ୫୦୦ କିଲୋମିଟର ଦୂର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଗତ ୬ ଘଣ୍ଟାରୁ ସମୁଦ୍ର ଭିତରେ ବାତ୍ୟାର ବେଗ ପ୍ରାୟ ୧୨ କିଲୋମିଟର ରହିଛି । ଗୁରୁବାର ସକାଳେ ଏହା ଭୀଷଣ ବାତ୍ୟାର ରୂପ ନେବ ଏବଂ ସନ୍ଧ୍ୟା ସୁଦ୍ଧା ଓଡ଼ିଶା ଉପକୂଳରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।