fbpx

ସୋସିଆଲ ମିଡିଆ ସହ ଜଡିତ ଅଭିଯୋଗର ସମାଧାନ ପାଇଁ ତିନି ମାସରେ ଗଠନ ହେବ କମିଟି

ନୂଆଦିଲ୍ଲୀ: ଭାରତରେ ଆଇଟି ନିୟମ (ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ଏବଂ ଡିଜିଟାଲ୍ ମିଡିଆ ନୈତିକତା) ନିୟମକୁ ପରିବର୍ତ୍ତନ କରିଛନ୍ତି। ସଂଶୋଧିତ ନିୟମ ଅନୁଯାୟୀ, ଟ୍ୱିଟର, ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଭାରତର ସମ୍ବିଧାନର ନିୟମାବଳୀ ତଥା ଦେଶର ସାର୍ବଭୌମତ୍ୱର ନିୟମ ମାନିବାକୁ ପଡିବ। ଶୁକ୍ରବାର କେନ୍ଦ୍ର ସରକାର ଆଇଟି ନିୟମ ପରିବର୍ତ୍ତନ କରି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉପଲବ୍ଧ ସାମଗ୍ରୀ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆସିଥିବା ଅଭିଯୋଗର ସନ୍ତୋଷଜନକ ସମାଧାନ ପାଇଁ ତିନି ମାସ ମଧ୍ୟରେ ଆପିଲ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି।

ଏହି କମିଟି ଗୁଡିକ ମେଟା ଏବଂ ଟ୍ୱିଟର ପରି ସୋସିଆଲ ମିଡିଆ କମ୍ପାନୀଗୁଡିକ ଦ୍ୱାରା ବିଷୟବସ୍ତୁ ନିୟନ୍ତ୍ରଣ ସମ୍ବନ୍ଧୀୟ ନିଷ୍ପତ୍ତି ସମୀକ୍ଷା କରିବେ। ଶୁକ୍ରବାର କେନ୍ଦ୍ର ସରକାର ଏନେଇ ଗାଜେଟ୍ ପ୍ରକାଶ କରିଛନ୍ତି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି କମିଟି ଗଠନ ପାଇଁ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ରେ ପରିବର୍ତ୍ତନ କରାଯାଇଛି। ବିଜ୍ଞପ୍ତି ପ୍ରକାଶ ଦିନଠାରୁ ତିନି ମାସ ମଧ୍ୟରେ ଏହି କମିଟି ଗଠନ ହେବ ବୋଲି କୁହାଯାଇଛି ।

କମିଟି ଜଣେ ଅଧ୍ୟକ୍ଷ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଦୁଇଜଣ ପୂର୍ଣ୍ଣକାଳୀନ ସଦସ୍ୟଙ୍କୁ ନେଇ ଗଠିତ ହେବ। ଏଥିମଧ୍ୟରୁ ଜଣେ ଜଣେ ପୂର୍ବତନ ଅଫିସିଆଲ୍ ସଦସ୍ୟ ଏବଂ ଦୁଇଜଣ ସ୍ୱାଧୀନ ସଦସ୍ୟ ହେବେ। ବିଜ୍ଞପ୍ତି ଅନୁଯାୟୀ, ଅଭିଯୋଗ ଅଧିକାରୀଙ୍କ ନିଷ୍ପତ୍ତିରେ ସହମତ ନଥିବା ବ୍ୟକ୍ତି ଅଭିଯୋଗ ଅଧିକାରୀଙ୍କ ଠାରୁ ସୂଚନା ପାଇବା ଦିନ ତିରିଶ ଦିନ ମଧ୍ୟରେ ଆପିଲ୍ କମିଟିରେ ଅଭିଯୋଗ କରିପାରିବେ।

Get real time updates directly on you device, subscribe now.