fbpx
BJD SKY
BJD SKY

+ ୨ ଭୂଗୋଳ ପରୀକ୍ଷା ସୂଚୀରେ ପରିବର୍ତ୍ତନ, କଲେଜ ଅଧୀକ୍ଷଙ୍କୁ ସୂଚନା ଦେଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

BJD

ଭୁବନେଶ୍ୱର: ଯୁକ୍ତ ୨ ଏବଂ ବିଜ୍ଞାନ ବିଭାଗର ବାର୍ଷିକ ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି । ମାର୍ଚ୍ଚ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭୂଗୋଳ ପରୀକ୍ଷାକୁ ମାର୍ଚ୍ଚ ୨୦କୁ ସ୍ଥାନାନ୍ତର କରାଯାଇଛି । ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଘୁଞ୍ଚିଛି ।

ଏନେଂ ସିଏଚଏସଇ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, +୨ ବୋର୍ଡ ପରୀକ୍ଷା ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ସରିବ । ପୂରା ପରୀକ୍ଷା ପ୍ରକ୍ରିୟା ସିସିଟିଭି ନଜରରେ ସଂପାଦିତ ହେବ । ଅପରପକ୍ଷେ +୨ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସଂପୃକ୍ତ କଲେଜ ଅଧ୍ୟକ୍ଷଙ୍କୁ ଅଧୀକ୍ଷକ ନିଯୁକ୍ତ କରାଯାଇଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସମସ୍ତ କଲେଜ ଅଧୀକ୍ଷଙ୍କୁ ଅବଗତ କରାଯାଇଛି । ଅଧ୍ୟକ୍ଷଙ୍କ ନିକଟ ସଂପର୍କୀୟ କେହି ପରୀକ୍ଷା ଦେଉଥିଲେ, ଏହା ସେହି କଲେଜର ବରିଷ୍ଠ ଅଧ୍ୟାପକଙ୍କୁ ଏହି ଦାୟିତ୍ୱ ଦିଆଯିବାର ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.