fbpx

ଏହି ୩ଟି ରାଶି ଉପରେ କୃପା କରିବେ ରାହୁ-କେତୁ: ନୂଆ ବର୍ଷରେ ହେବ ଧନବର୍ଷା

ଓଡ଼ିଶା ଭାସ୍କର: ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ଗ୍ରହମାନେ ସମୟ ସମୟରେ ନିଜରାଶି ପରିବର୍ତ୍ତନ କରିତାନ୍ତି । ତେେ ଆସନ୍ତା ନବବର୍ଷରେ ମଧ୍ୟ ନିଜ ରାଶି ପରିବର୍ତ୍ତନ କରିବେ ରାହୁ ଓ କେତୁ । ତେବେ ଉଭୟଙ୍କର ଏହି ରାଶି ପରିବର୍ତ୍ତନ ୩ଟି ରାଶିଙ୍କ ଜୀବନଚର୍ଯ୍ୟା ଉପରେ ଖୁବ ସକରାତ୍ମକ ପ୍ରଭାବ ପଡ଼ିବ । ନୂଆବର୍ଷରେ ରାହୁ ଓ କେତୁ ଏହି ୩ଟି ରାଶିକୁ ସଫଳତାରେ ଭରିଦେବେ । ଆସନ୍ତାବଷ ଏହି ୩ଟି ରାଶିର ଲୋକମାନଙ୍କ ଭାଗ୍ୟରେ ଏକ ବଡ଼ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ଏହି ରାଶିଗୁଡ଼ିକ ବିଷୟରେ

ଆସନ୍ତା ନୂଅବର୍ଷରେ ରାହୁ ମୀନ ଏବଂ କେତୁ କନ୍ୟା ରାଶିରେ ବିରାଜମାନ କରିବେ । କିନ୍ତୁ ଅନ୍ୟଗ୍ରହର ରାଶି ପରିବର୍ତ୍ତନରେ ରାହୁ-କେତୁ କିଛି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସଫଳତା ଆଣିବାରେ ସହାୟକ ହୋଇପାରନ୍ତି ।

ତୁଳା ରାଶି: ତୁଳା ରାଶିର ବ୍ୟକ୍ତିବିଶେଷଙ୍କୁ ଧନଲାଭର ଯୋଗ ରହିଛି । ଏହି ରାଶିରେ ରାହୁ-କେତୁଙ୍କ ଆଶୀର୍ବାଦ ଭରି ରହିବ । ଏହି ରାଶିର ଲୋକେ ଯଦୀ ଚାକିରି କରୁଥିବେ କିମ୍ବା କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବେ, ଏଥିରେ ସଫଳତା ନିଶ୍ଚୟ ଆସିବ ।

ବୃଷ ରାଶି: ଏହି ରାଶିର ଲୋକମାନେ ରାହୁ-କେତୁଙ୍କ କୃପାରୁ ବ୍ୟବସାୟରେ ଭଲ ଲାଭ କରିପାରନ୍ତି । ଏହାବ୍ୟତୀତ ମାସିକ ଆୟରେ ମଧ୍ୟ ବୃଦ୍ଧି ଘଟିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ଏହାବ୍ୟତୀତ ଅନ୍ୟାନ୍ୟ ସଫଳତା ମଦ୍ୟ ହାସଲ କରିପାରନ୍ତି ଏହି ରାଶିର ବ୍ୟକ୍ତିବିଶେଷ ।

କୁମ୍ଭ ରାଶି: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ନୂଆବର୍ଷ ଖୁବ ସୁନ୍ଦର ରହିବ । ସେହିପରି ଆଗାମୀବର୍ଷ ଏହି ରାଶିର ଲୋକେ ଅଧିକ ଧନ ଅର୍ଜନ କରିପାରନ୍ତି । ବ୍ୟବସାୟ ହେଉ କିମ୍ବା ଚାକିରି, ଉଭୟ କ୍ଷେତ୍ରରେ ଏମାନେ ଅନେକ ସଫଳତା ହାସଲ କରିପାରିବେ । ନୂଆବର୍ଷ ଏମାନଙ୍କ ପାଇଁ ଖୁବ ଲାଭବାନ୍ ହେବ ।

Get real time updates directly on you device, subscribe now.