fbpx

‘ଇ-ମୃତ୍ତିକା’- ଶସ୍ୟ ଅମଳ ବୃଦ୍ଧି ଦିଗରେ ଏକ ବିକଳ୍ପ

ଓଡ଼ିଶା ଭାସ୍କର: ବିଶ୍ୱରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ପାଣିପାଗରେ ପରିବର୍ତ୍ତନ ଖାଦ୍ୟ ସଙ୍କଟକୁ ଆମନ୍ତ୍ରଣ କରିଚାଲିଛି । ଆଜିକାଲି ଜଙ୍ଗଲ, ଚାଷ ଜମି ସବୁ ଲୋପ ପାଇବା କାରଣରୁ ବିରାଟ ଅଟ୍ଟାଳିକାମାନ ସେହି ସ୍ଥାନରେ ଶେଭା ପାଉଛି । ଏହା ଖାଦ୍ୟ ଶସ୍ୟ ଅମଳରେ ଅସୁବିଧାର କାରଣ ପାଲଟିଛି । ଭବିଷ୍ୟତରେ ଏଭଳି ସ୍ଥିତି ବିପଦ ସୃଷ୍ଟି କରିବା ନେଇ ଆଶଙ୍କା ଦେଖାଦେଇଛି । ତେଣୁ ଉଦ୍ଭିଦବିଜ୍ଞାନୀମାନେ ଅଧିକ ପରିମାଣର ଶସ୍ୟ ଉମତ୍ପାଦନ କରିବା ପାଇଁ ବିକଳ୍ପ ପ୍ରକ୍ରିୟାମାନ ବିକଶିତ କରିବାରେ ଲାଗିଛନ୍ତି ।

ଏହି କ୍ରମରେ ନୂତନ ଭାବେ ବିକଶିତ ଇ-ମୃତ୍ତିକ ଶସ୍ୟ ଅମଳ ବୃଦ୍ଧି ଦିଗରେ ଏକ ବିକଳ୍ପ ଭାବେ ଉଭା ହୋଇଛି । ସ୍ୱିଡେନର ଲିଙ୍କୋପିଙ୍ଗ୍ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ଦ୍ୱାରା ହାଇଡ୍ରୋପୋନିକ୍ସ ଚାଷ ପାଇଁ Electrically Conductive Agricultural Substrate ବିକଶିତ କରିଛନ୍ତି ଯାହାକୁ ଇ-ମୃତ୍ତିକା ଭାବେ ଆଖା ଦିଆଯାଇଛି । ଜଳଭିତ୍ତିକ ପୁଷ୍ଟିକର ଦ୍ରବ୍ୟ ମାଧ୍ୟମରେ ହେଉଥିବା କୃଷିକୁ ହାଇଡ୍ରୋପୋନିକ୍ସ କହିଥାନ୍ତି । ଏହାର ସଫଳ ପରୀକ୍ଷଣ ସ୍ୱରୂପ ଇ-ମୃତ୍ତିକା, ବାର୍ଲି ଚାରର ମୂଳ ପ୍ରଣାଳୀକୁ ଆକ୍ଟିଭେଟ୍ କରି ହାରାହାରି ୫୦% ଅଧିକ ଅମଳ ଆଣିଥିବା ଘଟଣା ଗବେଷକମାନଙ୍କୁ ପ୍ରଭାବିତ କରିଛି । କମ୍ ଶକ୍ତି ସମ୍ପନ୍ନ ଏହି ଜୈବ ଇଲେକ୍ଟ୍ରୋନିକ ପ୍ରକ୍ର୍ରିୟାକୁ ହାଇଡ୍ରୋପୋନିକ୍ସ(ଜଳ ଭିତ୍ତିକ ପ୍ରଣାଳୀ) ପରି ମୃତ୍ତିକା ବିହୀନ ଚାଷରେ ଉପଯୋଗ କରି ଆଶାନୁରୂପ ଫଳ ମିଳିପାରିବ ଏବଂ ଭବିଷ୍ୟତର ଖାଦ୍ୟ ସଂକଟକୁ ଦୂର କରିପାରିବ ବୋଲି ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି ।

Get real time updates directly on you device, subscribe now.