ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦି। ମୋଦିଙ୍କୁ ସମ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଏହା ହେଉଛି ଓଡିଶା ପାଇଁ ଏକ ଗୌରବମୟ ମୁହୂର୍ତ୍ତ।
ମୋଦିଙ୍କ ପାଇଁ ଦେଶ ଆଜି ପୁରା ସୁରକ୍ଷିତ ଥିବାବେଳେ ଦେଶ ଆଜି ବିଶ୍ୱର ଚତୁର୍ଥ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ହୋଇପାରିଛି। ଏହି ଗୋଟିଏ ବର୍ଷ ମଧ୍ୟରେ ଅନେକ ଉପଲବ୍ଧି ମିଳିସାରିଛି। ଆହୁରି ମଧ୍ୟ ଓଡ଼ିଶାର ବିକାଶ ପାଇଁ ରୋଡ ମ୍ୟାପ ପ୍ରସ୍ତୁତ ଚାଲିଛି।
ଏହି ବର୍ଷକ ଭିତରେ ସମସ୍ତ 30 ଜିଲ୍ଲା ଗସ୍ତ କରି ଲୋକଙ୍କ ଦୁଃଖ ବୁଝିବା ସହିତ 7 ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ସାରା ଦେଶରେ ପ୍ରଥମ ହୋଇପାରିଛୁ। ଚାଷୀଙ୍କୁ 8 ସହ ଟଙ୍କା ବୋନସ ପ୍ରଦାନ କରିବା ସହିତ ବିକଶିତ ଗାଁ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରିଛୁ।
28 ହଜାରରୁ ଉର୍ଦ୍ଦ୍ୱ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ରୋଜଗାର କ୍ଷମ କରାଇଛୁ। କେବଳ ସେତିକି ନୁହେଁ, ଭିଜନ ଡକ୍ୟୁମେଣ୍ଟ 2036 ପ୍ରସ୍ତୁତ କରିବା ସହିତ 36 ଟି ପ୍ରମୁଖ କାର୍ଯ୍ୟ ପାଇଁ ନିଷ୍ପତ୍ତି ନେଇ ସାରିଛୁ।