IND vs ENG: ଆଜିଠୁ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ, ଇଂଲଣ୍ଡର ବଦଳିଲେ ୪ ଖେଳାଳି, ଷ୍ଟୋକ୍ସ ଜାଗାରେ ପୋପଙ୍କୁ ଦାୟିତ୍ବ
ଓଭାଲରେ ଆଜିଠୁ ଭାରତ- ଇଂଲଣ୍ଡ ପଞ୍ଚମ ଟେଷ୍ଟ । ଭାରତର ଚୂଡ଼ାନ୍ତ ଏକାଦଶରେ ହୋଇପାରେ ପରିବର୍ତ୍ତନ । ମ୍ୟାଚ ଖେଳିପାରନ୍ତି ଆକାଶଦୀପ ଓ ଅର୍ଶଦୀପ ।
ନୂଆଦିଲ୍ଲୀ: ଓଭାଲରେ ଆଜିଠୁ ଭାରତ- ଇଂଲଣ୍ଡ ପଞ୍ଚମ ଟେଷ୍ଟ । 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ 1-2 ରେ ପଛୁଆ । ମ୍ୟାଚ ଜିତି ସିରିଜ ଡ୍ର ଲକ୍ଷରେ ଟିମ ଇଣ୍ଡିଆ । ଭାରତର ଚୂଡ଼ାନ୍ତ ଏକାଦଶରେ ହୋଇପାରେ ପରିବର୍ତ୍ତନ । ମ୍ୟାଚ ଖେଳିପାରନ୍ତି ଆକାଶଦୀପ ଓ ଅର୍ଶଦୀପ ।
ଓଭାଲ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଦଳକୁ ଲାଗିଛି ବଡ଼ ଝଟ୍କା। ଦଳର ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ କାନ୍ଧରେ ଆଘାତ ପାଇଁ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଷ୍ଟୋକ୍ସଙ୍କ ଅନୁପସ୍ଥିତିରେ ଓଲି ପୋପ୍ ଦଳର ନେତୃତ୍ୱ ନେବେ।
ଏହା ସହିତ ଇଂଲଣ୍ଡ ଦଳ ଚୂଡ଼ାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ କରିଛି। ଷ୍ଟୋକ୍ସଙ୍କ ସହ ସ୍ପିନର ଲିଆମ ଡସନ୍, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଏବଂ ବ୍ରାଇଡନ କାର୍ସ ମଧ୍ୟ ଏହି ମ୍ୟାଚ୍ରେ ଖେଳିବେ ନାହିଁ। ଏମାନଙ୍କ ସ୍ଥାନରେ ଗସ୍ ଆଟକିନ୍ସନ୍, ଜୋଶ୍ ଟଙ୍ଗ୍, ଜେମି ଓଭରଟନ୍ ଏବଂ ଜାକବ ବେଥେଲ ଦଳରେ ସାମିଲ ହୋଇଛନ୍ତି। କ୍ରିସ ୱୋକ୍ସ ଏହି ସିରିଜ୍ରେ ସମସ୍ତ ମ୍ୟାଚ୍ ଖେଳି ଦଳରେ ସ୍ଥାନ ବଜାୟ ରଖିଛନ୍ତି।
ସିରିଜରେ ଭାରତୀୟ ଦଳ 2-1ରେ ପଛୁଆ ରହିଛି। ତେଣୁ ଏହି ମ୍ୟାଚ୍ ଜିତି ଗିଲ ବାହିନୀ ସିରିଜକୁ ଡ୍ର କରିବାକୁ ପ୍ରୟାସ କରିବ। ସେପଟେ ଅଧିନାୟକ ଓଲି ପୋପ୍ ଏକ ଶକ୍ତିଶାଳୀ ଦଳ ନେଇ ସିରିଜ୍ ଜିତିବା ଲକ୍ଷ୍ୟରେ ଓଭାଲରେ ମଇଦାନକୁ ଓହ୍ଲାଇବେ।