fbpx
BJD SKY
BJD SKY

Digi Yatra ସେବାରେ ସାମିଲ ହେବ ୧୪ଟି ବିମାନବନ୍ଦର, ଲାଭ ଉଠାଇ ପାରିବେ ବିଦେଶୀ ଯାତ୍ରୀ

BJD

ନୂଆଦିଲ୍ଲୀ: ଖୁବ ଶୀଘ୍ର କେନ୍ଦ୍ର ସରକାର ଡିଜି ଯାତ୍ରା (Digi Yatra) ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଆଗାମୀ କିଛି ମାସ ମଧ୍ୟରେ ପୁଣି ୧୪ଟି ବିମାନବନ୍ଦରରେ ଡିଜି ଯାତ୍ରା ସେବା ଆରମ୍ଭ ହେବ ଏବଂ ଏଥିରେ ବିଦେଶୀ ଯାତ୍ରୀଙ୍କୁ ମଧ୍ୟ ସାମିଲ କରାଯିବ । ବର୍ତ୍ତମାନ କେବଳ ଘରୋଇ ଯାତ୍ରୀଙ୍କ ପାଇଁ ୧୩ଟି ବିମାନବନ୍ଦରରେ ଡିଜି ଯାତ୍ରା ସେବା ଉପଲବ୍ଧ ରହିଛି । Facial Recognition Technology(FRT) ଆଧାରିତ ଡିଜି ଯାତ୍ରା ସାହାୟତାରେ ବିମାନବନ୍ଦରରେ ଯାଞ୍ଚ ସମୟରେ ଯାତ୍ରୀଙ୍କ ପାଇଁ ଅନେକ ସୁବିଧା ଉପଲବ୍ଧ ରହିବ ।

ରିପୋର୍ଟରୁ ପ୍ରକାଶ ଯେ କେନ୍ଦ୍ର ସରକାର ଚଳିତ ବର୍ଷ ମାର୍ଚ୍ଚ ମାସ ପୂର୍ବରୁ ଚେନ୍ନାଇ, ଭୁବନେଶ୍ୱର, କୋଏମ୍ବାଟୁର, ଡାବୋଲିମ୍‌, ମୋପା ଗୋୱା, ଇନ୍ଦୋର, ବାଗଡ଼ୋଗରା, ଚଣ୍ଡିଗଡ଼, ରାଞ୍ଚି, ନାଗପୁର, ପାଟନା, ରାୟପୁର, ଶ୍ରୀନଗର ଏବଂ ବିଶାଖାପାଟଣା ଭଳି ୧୪ଟି ବିମାନବନ୍ଦରରେ ଡିଜି ଯାତ୍ରା ସେବା ଆରମ୍ଭ କରିବା ନେଇ ଯୋଜନା କରୁଛନ୍ତି । ଏହା ବ୍ୟତୀତ ୨୦୨୫ରେ ଆହୁରୀ ୧୧ଟି ବିମାନବନ୍ଦରରେ ଏହି ସେବା ଆରମ୍ଭ କରାଯିବାର ଯୋଜନା ରହିଛି ।

Get real time updates directly on you device, subscribe now.