fbpx
BJD SKY
BJD SKY

ମିଥୁନ ଦା’ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର, ଶୀଘ୍ର ଡିସଚାର୍ଜ ହେବା ନେଇ କହିଲେ ଡାକ୍ତର

BJD

କୋଲାକାତା: ବିଶିଷ୍ଟ ଅଭିନେତା ଓ ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ମିଥୁନ ଦା ସୁସ୍ଥ ଥିବା ଖବର ସାମ୍ନାକୁ ଆସିଛି । ନିକଟରେ ଛାତିରେ ଯନ୍ତ୍ରଣା ଅନୁଭବ ହେବା କାରଣରୁ ସେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଡାକ୍ତରଙ୍କ ରିପୋର୍ଟ ଅନୁଯାୟୀ ମିଥୁନ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ଚେତା ଫେରିବା ପରେ ତାଙ୍କ ରିକଭରି ପ୍ରସେସରେ ସୁଧାର ଦେଖାଦେଇଛି । ସେ ହାଲୁକା ଖାଦ୍ୟପେୟ ସେବନ କରୁଛନ୍ତି । ବର୍ତ୍ତମାନ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ମନିଟର କରୁଛନ୍ତି । ତେବେ ତାଙ୍କୁ ଶ୍ରୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଡାକ୍ତର କହିଛନ୍ତି । ଏନେଇ ଏଏନ୍‌ଆଇ ପକ୍ଷରୁ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରାଯାଇଛି ଯେଉଁଥିରେ ପଶ୍ଚିମବଙ୍ଗ ବିଜେପି ପ୍ରମୁଖ ସୁକାନ୍ତ ମଜୁମଦାର ମିଥୁନ ଦା’ଙ୍କୁ ଭେଟି ଥିଲେ । ମିଥୁନ ଚକ୍ରବର୍ତ୍ତୀଙ୍କୁ ଭାରତ ସରକାରଙ୍କଦ୍ବାରା ପ୍ରଦତ୍ତ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରାଯିବ ବୋଲି ଜାନୁଆରି ୨୪ରେ ଘୋଷଣା କରାଯାଇଥିଲା। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ଭିଡିଓ ବାର୍ତ୍ତାରେ ବଙ୍ଗଳା ଭାଷାରେ ଚକ୍ରବର୍ତ୍ତୀ କହିଥିଲେ, ମୁଁ ଗୌରବାନ୍ବିତ। ଏ ସମ୍ମାନ ଗ୍ରହଣ କରି ମୁଁ  ଆନନ୍ଦିତ। ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ମୁଁ କେବେ କାହାକୁ କିଛି ମାଗିନାହିଁ। ନ ମାଗି ମଧ୍ୟ କିଛି ପାଇଲେ ଯେମିତି ଲାଗେ, ମତେ ଆଜି ସେମିତି ଲାଗୁଛି। ଏ ଅନୁଭୂତି ସମ୍ପୂର୍ଣ୍ଣ ଭିନ୍ନ। ବଡ଼ ବିଚିତ୍ର ଅନୁଭୂତି।

Get real time updates directly on you device, subscribe now.