fbpx

ପବିତ୍ର ବାହୁଡ଼ା ଯାତ୍ରାରେ ପହଣ୍ଡିବିଜେ କରୁଛନ୍ତି ବଡ଼ଭାଇ ବଳଭଦ୍ର

Advertisement

ଓଡ଼ିଶା ଭାସ୍କର: ଆଜି ପବିତ୍ର ବାହୁଡ଼ାଯାତ୍ରା । ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ମାଉସୀ ମା’ଙ୍କ ଠାରୁ ବିଦାୟ ନେଉଛନ୍ତି ଚତୁର୍ଦ୍ଧା ମୁରତି । ଘଣ୍ଟଘଣ୍ଟାରେ ପୁରି ଉଠୁଛି ଶରଧାବାଲି ମହାବାହୁଙ୍କୁ ପ୍ରସନ୍ନ କରିବା ଲାଗି ବିଭିନ୍ନ ବେଶରେ ବଡ଼ଦାଣ୍ଡରେ ନାଚି ଉଠୁଛନ୍ତି ଭକ୍ତ । ନିର୍ଦ୍ଧାରିତ ସମୟରେ ଜନ୍ମବେଦୀରୁ ବିଦାୟ ସମୟରେ ଶୀଜିଉମାନଙ୍କ ପହଣ୍ଡିବିଜେ ନୀତି ଆରମ୍ଭ ହୋଇଯାଇଛି । ରଥ ଉପରକୁ ପହଣ୍ଡିବିଜେ କରୁଛନ୍ତି ଠାକୁରମାନେ । ତାଳଧ୍ୱଜ ରଥରେ ପହଣ୍ଡିବିଜେ କରୁଛନ୍ତି ବଡ଼ଭାଇ ବଳଭଦ୍ର । ସେହିପରି ଦର୍ପଦଳନରେ ଶ୍ରୀସୁଦର୍ଶନଙ୍କର ଉପବେଶନ ନୀତିକାନ୍ତି ଶେଷ ହୋଇଛି ।

ବାହୁଡ଼ା ଯାତ୍ରା ପାଇଁ ଭୋରୁ ୪ଟା ସମୟରେ ଶ୍ରୀଜିଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିରକୁ ବାହୁଡ଼ିବେ ବଡ଼ଠାକୁର । ରଥାରୁଢ ହେବାପରେ ରଥଟଣା ନୀତି ଆରମ୍ଭ ହେବ । ତିନି ଠାକୁର ରଥାରୁଢ ହେବା ପରେ ପୋଡ଼ପିଠା ଭୋଗ ଲାଗିବା ପରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହେବ ।

Get real time updates directly on you device, subscribe now.