fbpx

ବଦଳୁଛି ଓଡ଼ିଶା ଶାସନର ରୂପରେଖ: ଶାସନ ଏବଂ ବିକାଶଧାରାର ନୂଆ ପରିଚୟ ମୁଖ୍ୟମନ୍ତ୍ରୀ ମୋହନ…

ଓଡ଼ିଶା ଭାସ୍କର: ଓଡ଼ିଆ ଭାଷା, ସଂସ୍କୃତି ଏବଂ ପରମ୍ପରା ସହିତ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ବିକାଶ ଧାରାରେ ଯାତ୍ରା ଆରମ୍ଭ କରିଛି । ଏକ ନୂଆ ଓଡ଼ିଶା ଏବଂ ବିକାଶର ଏକ ନୂଆ ସ୍ୱପ୍ନ ଧରି ଆଗେଇ ଚାଲିଛନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦାୟିତ୍ୱ ଗ୍ରହଣ କରିବାର ମାତ୍ର ୩ ମାସ ମଧ୍ୟରେ ଅନେକ ଉଦାହରଣ ସୃଷ୍ଟି କରିବାରେ ସେ ସଫଳ ହୋଇଛନ୍ତି । ଅନେକ କ୍ଷେତ୍ରରେ ସେ ପୂର୍ବତନ ସରକାରଙ୍କୁ ପଛରେ ପକାଇଥିବା ଚର୍ଚ୍ଚା ହେଉଛି । ବିଶେଷ କରି ଭାଷା-ଲୋକକଳା ଏବଂ ମହିଳାଙ୍କ କ୍ଷେତ୍ରରେ ନୂଆ ମୁଖ୍ୟମନ୍ତ୍ରୀ ଦୁଇ ପାଦ ଆଗରେ ରହିଛନ୍ତି ।

ଓଡ଼ିଶାରେ ପୂର୍ବତନ ସରକାରଙ୍କ ସମୟରେ ରହି ଯାଇଥିବା ଅନେକ କାର୍ଯ୍ୟ କରିବାରେ ତତ୍ପରତା ଦେଖାଇଛନ୍ତି ମୋହନ ଚରଣ ମାଝୀ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ସିସିଟିଭି ବ୍ୟବସ୍ଥା ସ୍ଥାପନ ହୋଇ ପାରିନଥିଲା । କିନ୍ତୁ ବର୍ତ୍ତମାନ ଏହାର ସଜ୍ଞା ବଦଳି ଯାଇଛି । ସବୁକିଛି ପାଇଁ ଏକ ସମୟସୀମା ରହିବା ଉଚିତ ବୋଲି ବିଭାଗକୁ ସ୍ପଷ୍ଟ ଶୁଣାଇଛନ୍ତି । ଖୁବଶିୀଘ୍ର ପୋଲିସ ମୁଖ୍ୟାଳୟରୁ ସମସ୍ତ ପୋଲିସ ଷ୍ଟେସନର ମନିଟରିଂ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଗତ ମାର୍ଚ୍ଚ ମାସରେ ଆସିଥିବା ରିପୋର୍ଟରେ ସୁନ୍ଦରଗଡ଼ରେ ସବୁଜ ଶିଳ୍ପ ୟୁନିଟ ନିର୍ମାଣ ପାଇଁ ଗଛ କାଟିବାକୁ ଅନୁମତି ଦିଆଯାଇଥିବା ଦାବି ହୋଇଛି । ତତ୍କାଳୀନ ଓଡ଼ିଶା ସରକାର ଜଙ୍ଗଲ ବିଭାଗର ରିପୋର୍ଟକୁ ଅଣଦେଖା କରି ଏଠାରେ ଗଛ କାଟିବା ପାଇଁ ଏକ ଘରୋଇ କମ୍ପାନୀକୁ ଅନୁମତି ଦେଇଥିବା ଅଭିଯୋଗ ହୋଇଛି । କୁହାଯାଉଛି ଯେ, ଏଠାରେ ଜୈବ ବିବିଧତା ପାଇଁ ଏହି ଜମି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏହାବ୍ୟତୀତ ଗତବର୍ଷ ସମ୍ବଲପୁର ହିଂସା  ଘଟଣାରେ ମଧ୍ୟ ପୂର୍ବ ସରକାର ପଛରେ ରହିଯାଇଥିଲା । ଏହି ମାମଲାରେ ତତ୍କାଳୀନ ସରକାର ଅଭିଯୋଗ କରିଥିଲେ ଯେ, ଯଦି ଏହାର ଇଣ୍ଟେଲିଜେନ୍ସି ଘଟଣାକୁ ଗୁରୁତର ଭାବରେ ଗ୍ରହଣ କରିଥାନ୍ତେ, ତେବେ ଏହି ହିଂସାକାଣ୍ଡକୁ ରୋକା ଯାଇ ପାରିଥାନ୍ତା । ଏଭଳି ଘଟଣା ତଥା ନିଷ୍ପତ୍ତି ପୂର୍ବ ସରକାରଙ୍କ ଅକ୍ଷମତାକୁ ଆଙ୍ଗୁଳି ଉଠାଇଛି ।

ବର୍ତ୍ତମାନ ସମୟରେ ବିଭିନ୍ନ ବିଭାଗରେ ମୁଖ୍ୟମନ୍ତ୍ରୀଙ୍କ ସକ୍ରିୟତା ଓଡ଼ିଶାର ରୂପରେଖରେ ପରିବର୍ତ୍ତନ ଆଣୁଛି । ଦୀର୍ଘ ବର୍ଷ ଧରି ଓଡ଼ିଶାରେ ମହିଳାଙ୍କ ପ୍ରତି ଅପରାଧ ବା ନାରୀ ନିର୍ଯାତନା ବୃଦ୍ଧି ପାଇଛି । କିନ୍ତୁ ଏହାକୁ ନିୟନ୍ତ୍ରଣ କରିବାରେ ଫେଲ ହୋଇଛି ପୂର୍ବତନ ଓଡ଼ିଶା ସରକାର । କିନ୍ତୁ ବର୍ତ୍ତମାନର ସରକାର ଏଭଳି ଘଟଣା ବିରୋଧରେ କମ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶା ଏବଂ ପ୍ରତିଶ୍ରୁତି ଦେଉଛି । ଓଡିଶା ରାଜନୀତିରେ ତଥା ରାଜ୍ୟ ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟୁଛି, ଯେତେବେଳେ ମୁଖ୍ୟମନ୍ତ୍ରୀ ନିଜେ ଏହି ସମସ୍ୟାର ସମାଧାନରେ ଜଡିତ ହେଉଛନ୍ତି ଏବଂ ତୁରନ୍ତ ତାଙ୍କ ମନ୍ତ୍ରୀମାନଙ୍କୁ ମଧ୍ୟ ସକ୍ରିୟ କରିବେ ।

ଓଡ଼ିଶାର ଲୋକମାନଙ୍କ ସହ ବିରୋଧୀ ମଧ୍ୟ ସରକାରଙ୍କ କାର୍ଯ୍ୟକଳାପକୁ ସମାଲୋଚନା କରିବାରେ ଲାଗିପଡ଼ିଛନ୍ତି । ଏକ ଚର୍ଚ୍ଚିତ ମାମଲାରେ ସରକାର ତୁରନ୍ତ ସବୁଠାରୁ ଅଭିଜ୍ଞ ବିଚାରପତିଙ୍କ ନେତୃତ୍ୱରେ ଏକ ନ୍ୟାୟିକ ତଦନ୍ତ ସ୍ଥାପନ କରିଛନ୍ତି । ଏହି ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସେନା ବନାମ ପୋଲିସ ବିବାଦର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଭେଟିବା ସହ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଏବଂ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଭେଟିଥିଲେ।

ବାଲେଶ୍ୱରରେ ଅଙ୍ଗନୱାଡ଼ି କର୍ମଚାରୀଙ୍କ ଉପରେ ଆକ୍ରମଣ ମାମଲା ମୋହନ ସରକାରଙ୍କ ସକ୍ରିୟତାର ଆଉ ଏକ ଉଦାହରଣ ହୋଇପାରେ । ଯଥାଶୀଘ୍ର ପୀଡ଼ିତାଙ୍କ ସହ ଯୋଗାଯୋଗ କରିବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଉପ-ମୁଖ୍ୟମନ୍ତ୍ରୀ ପୀଡିତାଙ୍କ ସହ ଫୋନରେ କଥା ହୋଇ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ପୋଲିସ ଅଧୀକ୍ଷକଙ୍କୁ ମଧ୍ୟ ଏହି ମାମଲାରେ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ତିନି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି ।

ସେନା-ପୋଲିସ ବିବାଦ ସମୟରେ ମୁଖ୍ୟମନ୍ତ୍ରୀ ବାହାରେ ଥିଲେ ମଧ୍ୟ ରାଜ୍ୟକୁ ଫେରି ପ୍ରଥମେ ଏହି ବିବାଦର ସୂଚନା ନେବା ସହ ଶାନ୍ତିପୂର୍ଣ୍ଣ ସମାଧାନ କରିଛନ୍ତି । ଏହି ମାମଲା ଖୁବ କମ୍ ସମୟ ଭିତରେ ସାରା ସହରରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ମଧ୍ୟରାତ୍ର ୨ଟା ପର୍ଯ୍ୟନ୍ତ ଏହି ସମ୍ବନ୍ଧରେ ବୈଠକ କରି ମନ୍ତ୍ରୀମାନଙ୍କୁ କାର୍ଯ୍ୟରେ ଲଗାଇଥିଲେ ମୁଖ୍ୟମନ୍ତ୍ରୀ । ଏହାସହିତ ପ୍ରତ୍ୟେକ ଘଟଣାକୁ ସେ ନିଜେ ତଦାରଖ କରୁଥିବାର ଦେଖାଯାଇଛି । ଏଭଳି ଏକ ବିବାଦରେ ତାଙ୍କର ବ୍ୟକ୍ତିଗତ ସମ୍ପୃକ୍ତି ମାମଲାକୁ ଖୁବଶୀଘ୍ର ସମାଧାନ କରାଇଛି ।

Get real time updates directly on you device, subscribe now.