fbpx

ସାମାନ୍ୟ କଥାରୁ ବୋହୂର ନାକ କାଟିଦେଲା ଶ୍ବଶୁର; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ବୋହୂ

କଟକ: (ଓଡ଼ିଶା ଭାସ୍କର) ସାମାନ୍ୟ କଥାକୁ ନେଇ ବୋହୂର ନାକ କାଟିଦେଲା ଶ୍ବଶୁର । କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଗୋବରା ଗାଁରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା । ମିଳିଥିବା ସୂଚନା ଅନୁସାରେ, ନାତୁଣୀ ଛୁରି ଧରି ଖେଳୁଥିବା ସମୟରେ ଅଭିଯୁକ୍ତ ଶ୍ବଶୁର ଅମର ନାୟକ ଦେଖିଥିଲେ । ଏହା ପରେ ନାତୁଣୀକୁ ଆକଟ କରିବାକୁ ଯାଇ ପିଟିଥିଲେ। ତେବେ ଏସବୁଏ ଘଟଣାକୁ ନେଇ ବୋହୂ ଓ ଶ୍ବଶୁର ମଧ୍ୟରେ ବଚସା ହୋଇଥିଲା । ଅଭିଯୁକ୍ତ ଶ୍ବଶୁର ରାଗି ଯାଇ ନାତୁଣୀ ଧରିଥିବା ଛୁରୀରେ ବୋହୂର ନାକ କାଟି ଦେଇଥିଲେ । ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ ବୋହୂ । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେପଟେ ଅଭିଯୁକ୍ତ ଶ୍ବଶୁରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଗୁରୁଡ଼ିଝାଟିଆ ଥାନା ପୋଲିସ୍ ।

Get real time updates directly on you device, subscribe now.