fbpx
BSKY SKY
BSKY SKY

ଗଭୀର ଅବପାତର ରୂପ ନେବ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ

BSKY

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରବିବାର ସନ୍ଧ୍ୟାରେ ପାରାଦୀପଠାରୁ ୬୦୦ କିଲୋମିଟର ଦୂରରେ ଥିଲା । ଏହାର ବେଗ ଘଣ୍ଟାପ୍ରତି ୬ କିଲୋମିଟର ଥିଲା ବୋଲି ପାଣିପାଗ ସଂସ୍ଥା ସ୍କାଏମେଟ କହିଛି । ଏହି ଲଘୁଚାପ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଛି । ଏହା ୨୨ ଅକ୍ଟୋବରରେ ଗଭୀର ଅବପାତ ବା ଡିପ ଡିପ୍ରେସନରେ ପରିଣତ ହେବ ।

ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବ । ୨୩ ପରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳରେ ପବନର ବେଗ ବଢିବ । ଏହା ପ୍ରଭାବରେ ଓଡିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଓଡିଶାର ଉପକୂଳ ଅଞ୍ଚରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପାଣିପାଗର ସୂଚନା ଅନୁସାରେ ଏହି ବାତ୍ୟା ବାଙ୍ଗାଲାଦେଶ ଅଭିମୁଖେ ଯାତ୍ରା କରିବ ।

Get real time updates directly on you device, subscribe now.