fbpx
BJD SKY
BJD SKY

ଆଖିବୁଜିଲେ ଚୀନର ପୂର୍ବତନ ରାଷ୍ଟ୍ରପତି ଜିୟାଙ୍ଗ ଜୋମିନ; ଜାଣନ୍ତୁ କେଉଁ ରୋଗ ପାଇଁ ଗଲା ଜୀବନ

BJD

ନୂଆଦିଲ୍ଲୀ: ଚୀନର ପୂର୍ବତନ ରାଷ୍ଟ୍ରପତି ଜିୟାଙ୍ଗ ଜୋମିନଙ୍କ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୯୬ ବର୍ଷ ବୟସରେ ହୋଇଥଲା। ତେବେ ଜୋମିନ ଏକ ବିରଳ ରୋଗରେ ଦୀର୍ଘ ଦିନରୁ ପିଡିତ ଥିବା ବେଳେ ତାଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି । ଚୀନରେ ଜିରୋ କୋଭିଡ ପାଇଁ ଜାରୀ ହୋଇଥିବା ନିୟମ ସମୟରେ ଜିୟାଙ୍ଗଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯେଉଁଥିପାଇଁ ସେଠାକାର ସାଧାରଣ ଜନତା ଚୀନ ସରକାରଙ୍କୁଦାୟୀ କରୁଛନ୍ତି ।

ଜୋମିନଙ୍କୁ ୧୯୮୯ରେ ଚୀନର ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଥିଲା। ଏହାପରେ ସେ ୧୯୯୩ରେ କ୍ଷମତା ହାସଲ କରିବା ସହ ପ୍ରାୟ ଏକ ଦଶନ୍ଧି ଧରି ଚୀନର ରାଷ୍ଟ୍ରପତି ରହିଥିଲେ। ଜିୟାଙ୍ଗ ଜଣେ ପରିଶ୍ରମୀ ନେତା ଥିଲେ। ତାଙ୍କ ଅମଳରେ ଚୀନର କମ୍ୟୁନିଷ୍ଟ ପାର୍ଟି ଅଧିକ ସୁଦୃଢ କରିଥିଲା । ଏଥିସହିତ ଶାସନକାଳ ମଧ୍ୟରେ ଜି ତିୟାନମେନ ସ୍କାୟରରେ କୌଣସି ବଡ ପ୍ରଦର୍ଶନ ହୋଇନଥିଲା । ତେବେ ଜିୟାଙ୍ଗ ୧୯୯୭ରେ ହଂକଂର ଶାନ୍ତିପୂର୍ଣ୍ଣ ହସ୍ତାନ୍ତରଣ ଏବଂ ୨୦୦୧ରେ ବିଶ୍ଵ ବାଣିଜ୍ୟ ସଂଗଠନରେ ଚୀନର ପ୍ରବେଶ କରାଇଥିଲେ। ଏଥିରେ ଦେଶର ଅର୍ଥବ୍ୟବସ୍ଥା ବିଶ୍ଵ ସମୁଦାୟ ସହ ଯୋଡିବାରେ ବେଶ ସହାୟକ ହୋଇଥିଲା।

ତେବେ ଜୋମିନ ଦୀର୍ଘ ଦିନ ହେବ ଏକ ବିରଳ ରୋଗ କ୍ଲୁକେନିଆରେ ଆକ୍ରାନ୍ତ ଥିଲେ । ଯାହାଫଳରେ ତାଙ୍କ ହାତ ଗୋଡ ଅକାମୀ ହୋଇଯାଇଥିଲା । ଏଥିସହିତ ସେ ଚୀନର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେବେ ଏହି ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା ।

Get real time updates directly on you device, subscribe now.