fbpx

ମେକ୍ ଇନ୍ ଓଡ଼ିଶା କନକ୍ଳେଭ:ଜିନ୍ଦଲଠାରୁ ଆରମ୍ଭ କରି ଅଦାନୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ଜନତା ମଇଦାନରେ ଚାଲିଛି ମେକ୍ ଇନ୍ ଓଡ଼ିଶା କନକ୍ଳେଭର ତୃତୀୟ ସଂସ୍କରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ଏହି ମହାକୁମ୍ଭ ଆୟୋଜିତ ହୋଇଛି । ଏଥିରେ ଦେଶର ବଡ ବଡ ଶିଳ୍ପପତି ମାନେ ଯୋଗଦାନ କରିବା ସହିତ ପୁଞ୍ଜି ନିବେଶର ଦ୍ୱାର ଖୋଲିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟିଲ ନେସ ପାର୍କକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜିର ଏହି ଶିଳ୍ପ କୁମ୍ଭରେ ନବୀନ ଜିନ୍ଦଲ ଉପସ୍ଥିତ ରହି ପ୍ରକାଶ କରିଛନ୍ତି ଯେ ଦେଶରେ ଶିଳ୍ପର ନେତୃତ୍ୱ ନେଉଛି ଓଡିଶା। ମାନବ ସମ୍ବଳ ବିକାଶ, ସ୍କୁଲରେ ଡିଜିଟାଲ ବ୍ୟବସ୍ଥା, ସ୍ଵାସ୍ଥ୍ୟ ଵସ୍ଥା, ସ୍ୱଳ୍ପର ବିକାଶ, ମନ୍ଦିରକୁ ନବୀକରଣ ତାଙ୍କୁ ଆକର୍ଷିତ କରୁଛି। ଓଡ଼ିଶାରେ ୧ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି ଜିନ୍ଦଲ ପ୍ରକାଶ କରିଛି।

କୋଭିଡ ସମୟରେ ଅମ୍ଳଜାନ ଯୋଗେଇବାରେ ଅଗ୍ରଣୀ ଭୂମିକା ନେଇଥିଲା ଓଡିଶା। ଓଡିଶା ହେଉଛି ଭାରତର ଆଧୁନିକ ମନ୍ଦିର। ଆମର ବିଶ୍ୱର ସବୁଠୁ ବଡ଼ ପ୍ଲାଣ୍ଟ ଓଡିଶା ତିଆରି କରୁଛୁ ଏହା ସହଜ ନୁହେଁ। ଏଥି ପାଇଁ ଆମକୁ ସମସ୍ତେଙ୍କର ଆଶୀର୍ବାଦ ଦରକାର। ଓଡିଶା ହେଉଛି ସେକେଣ୍ଡ ହୋମ । ପ୍ରଥମ କର୍ମ ଭୂମି। ୨୦ ବର୍ଷ ତଳେ ଓଡ଼ିଶାରେ ନିବେଶ କରିଥିଲୁ।

ସେହିଭଳି ବେଦାନ୍ତ ରିସୋର୍ସେସ ଅଧ୍ୟକ୍ଷ୍ୟ ଅନିଲ ଅଗ୍ରୱାଲ ପ୍ରକାଶ କରିଛନ୍ତି ଯେ ଓଡିଶା ସ୍ପୋର୍ଟ ରେ ଯେମିତି ପଦକ୍ଷେପ ନେଇଛନ୍ତି ସେମିତି କୌଣସି ରାଜ୍ୟ ନେଇନାହାନ୍ତି। ଶିଳ୍ପ ଠାରୁ ଆରମ୍ଭ କରି କ୍ରୀଡା ପର୍ଯ୍ୟନ୍ତ ସବୁଥିରେ ଚର୍ଚ୍ଚା ସାଉଁଟୁଛି ଓଡିଶା । ଓଡ଼ିଶା ୮୦ ହଜାର କୋଟି ନିବେଶ କରିଛୁ ଆଗକୁ ଆହୁରି ପ୍ରକଳ୍ପ ନିବେଶ କରାଯିବ ବୋଲି କହିଛନ୍ତି । ଓଡ଼ିଶାର ମିଶନ ଶକ୍ତିର ସବୁଠାରେ ଚର୍ଚ୍ଚା ହେଉଛି ବୋଲି ଅଗ୍ରୱାଲ ପ୍ରକାଶ କରିଛନ୍ତି ।

ଏହାସହ ଓଡିଶା କୁ ନୂଆ ଟେକ୍ନୋଲୋଜି ଆଣିବାକୁ ଆର୍ସେଲର ମିତ୍ତଲ କହିଛନ୍ତି । ଦେଶର ସବୁଠାରୁ ଅର୍ଥନୈତିକ ମଜବୁତ ରାଜ୍ୟ ବୋଲି ମିତ୍ତଲ ପ୍ରକାଶ କରିଛନ୍ତି । ଏହା ବାଦ ଓଡ଼ିଶାରେ କୌଣସି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରତିବନ୍ଧକ ନାହିଁ ବୋଲି ମିତ୍ତଲ କହିବାସହ ନବୀନଙ୍କ ନେତୃତ୍ୱ ରେ ରାଜ୍ୟର ଭବିଷ୍ୟତ ଉଜ୍ବଳ ବୋଲି କହିଛନ୍ତି ।
ଓଡ଼ିଶାରେ ଅଦାନୀ ଗ୍ରୁପ ୬୦ହଜାର କୋଟି ନିବେଶ କରିବ ବୋଲି ଅଦାନୀ ଗ୍ରୁପ ସିଇଓ କରଣ ଅଦାନୀ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.