fbpx

IPLରୁ ମିଳିବେ ଟିମ ଇଣ୍ଡିଆର ଭବିଷ୍ୟତ: ଦଳ ପାଇଁ ନୂଆ ଅଧିନାୟକ ଖୋଜିବାରେ ହେବ ସହାୟକ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରମିୟର ଲିଗର ଚଳିତ ସିଜନ ଭାରତୀୟ ଦଳ ପାଇଁ ଖୁବ ସହାୟକ ହେବ ବୋଲି କହିଛନ୍ତି ପୂର୍ବତନ କୋଚ ରବି ଶାସ୍ତ୍ରୀ । ଏହି ସିଜନରେ ଟିମ ଇଣ୍ଡିଆ ପାଇବ ଭବିଷ୍ୟତର ନୂଆ ଅଧିନାୟକ । ଚଳିତ ସିଜନରେ ୧୦ଟି ଦଳରୁ ୮ଟି ଦଳର ନେତୃତ୍ୱ ନେଉଛନ୍ତି ଭାରତୀୟ ଖେଳାଳି । ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଏବଂ କେ. ଏଲ ରାହୁଲଙ୍କ ସମେତ ଅନେକ ଯୁବ ଖେଳାଳି ଅଧିନାୟକ ଭାର ସମ୍ଭାଳିବେ ।

ଯଦିଓ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଦଳ ପାଇଁ ନିଜ ଦାୟିତ୍ୱ ତୁଲାଉଛନ୍ତି । ତେବେ ତାଙ୍କର ବୟସକୁ ନଜରରେ ରଖି ଦଳ ନୂଆ ଅଧିନାୟକ ମଧ୍ୟ ଖୋଜିବାକୁ ଚେଷ୍ଟା ଜାରି ରଖିଛି ଟିମ ଇଣ୍ଡିଆ । ତେଣୁ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ଏହି ସିଜନକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ଏହି ସିଜନରୁ ଭାରତ ପାଇଁ ଜଣେ ନୂଆ ଅଧିନାୟକ ମିଳିବେ ବୋଲି ସେ ପ୍ରକାଶ କରିଛନ୍ତି । ଭବିଷ୍ୟତରେ କେଉଁ ଖେଳାଳି ଟିମ ଇଣ୍ଡିଆର ନେତୃତ୍ୱ ନେବେ ସେ ନେଇ ମଧ୍ୟ ଜଣେ ନୂଆ ଉତ୍ତରାଧିକାରୀ ପାଇପାରିବ ବୋଲି ସେ ଆଶା ରଖିଛନ୍ତି । ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦୁଇ ଦଳକୁ ବାଦ ଦେଲେ ଅନ୍ୟ ୮ଟି ଦଳରେ ଅଧିନାୟକ ପଦ ତୁଲାଉଛନ୍ତି ଭାରତୀୟ ଖେଳାଳି । ହାଇଦ୍ରାବାଦରେ କେନ ୱିଲିୟମସନ ନେତୃତ୍ୱ ନେଉଥିବା ବେଳେ ବାଙ୍ଗାଲୋରରେ ଅଧନାୟକ ଦାୟିତ୍ୱ ତୁଲାଇବେ ପାଫ ଡୁପ୍ଲେସିସ । ତେବେ ଅନ୍ୟ ଦଳମାନଙ୍କରେ ଋଷଭ ପନ୍ତ, କେ. ଏଲ ରାହୁଲ, ଶ୍ରେୟସ ଅୟର, ସଞ୍ଜୁ ସାମସନ ଭଳି ଯୁବ ଖେଳାଳି ଅଧିନାୟକ ପଦ ତୁଲାଉଥିବାର ନଜର ଆସିବେ । ତେବେ ମୁମ୍ବାଇରେ ରୋହିତ ଶର୍ମା ଏବଂ ଚେନ୍ନାଇର ନେତୃତ୍ୱ ନେଉଛନ୍ତି କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ ।

Get real time updates directly on you device, subscribe now.