fbpx

ସାପକୁ କାମୁଡି ଦୁଇ ଖଣ୍ଡ କଲା ଶିଶୁ: ଘଟଣା ଦେଖି ପଡୋଶୀ ହେଲେ ବେହୋସ

ତୁର୍କି: ସାପକୁ ଦେଖି ଅନେକ ଲୋକ ଭୟ କରିଥାନ୍ତି । ଏପରି କି ସାପ କାମୁଡାରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଥାଏ । ଯାହାଫଳରେ ସାପ ନିକଟକୁ ଯିବାକୁ ଲୋକେ ଭୟ କରିଥାନ୍ତି । କିନ୍ତୁ ଜଣେ ୨ ବର୍ଷର ବାଳକ ସାପର ଏପରି ଅବସ୍ଥା କରିଛି ଯାହା ଜଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ପ୍ରକୃତରେ ପ୍ରଥମେ ସାପଟି ଶିଶୁକୁ କାମୁଡିଥଲା । ଏହାପରେ ଶିଶୁ ରାଗିଯାଇ ପାଖାପାଖି ଅଧା ଫୁଟର ବିଶଧର ସାପକୁ ପାଟିରେ ପୁରାଇ କାମୁଡି ଦେଇଥିଲା । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।

ଏହି ଘଟଣାଟି ତୁର୍କିର ଏକ ଗାଁରେ ହୋଇଛି । ସାପ କାମୁଡିବା ପରେ ଶିଶୁର ଚିତ୍କାର ଶୁଣି ପ୍ରଥମେ ତାର ପଡୋଶୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହାପରେ ସେମାନେ ଯାହା ଦେଖିଲେ ସେ ତାଙ୍କ ଆଖିକୁ ମଧ୍ୟ ବିଶ୍ୱାସ କରିପାରିଲେ ନାହିଁ । କାରଣ ଶିଶୁଟି ଆଧାଫୁଟର ଏକ ବିଶଧର ସାପକୁ ପାଟିରେ ପୁରାଇ ରଖିଥିଲା । ଏଥିସହିତ ଶିଶୁର ମୁହଁ ଓ ଓଠରେ ସାପ କାମୁଡିବାର ଚିହ୍ନ ଥିଲା । ଏହା ଦେଖି ପଡୋଶୀ ପ୍ରଥମେ ଶିଶୁଟିକୁ ସାପ ନିକଟରୁ ଦୂରେଇ ଆଣିଥିଲେ । ଏହାପରେ ତାକୁ ତୁରନ୍ତ ହସ୍ପିଟାଲ ନେଇଥିଲେ । ତେବେ ଶିଶୁଟି ୨୪ ଘଣ୍ଟା ଅବଜରଭେସନରେ ରହିବା ପରେ ଡାକ୍ତର ତାକୁ ସୁସ୍ଥ ବୋଲି ଘୋଷଣା କରିଥିଲେ ।

କୁହାଯାଉଛି ଯେ ଶିଶୁଟି ଖେଳୁଥିବା ସମୟରେ ସାପଟି ତାର ନିକଟକୁ ଆସିଥିଲା । ସେତେବେଳେ ଶିଶୁଟି ସାପକୁ ଖେଳନା ଭାବି ତା ସହ ଖେଳିବା ସହିତ ସାପଟିକୁ ମୁହଁରେ ପୁରାଇ ଦେଇଥିଲା । ଯାହାଫଳରେ ସାପଟି ପିଲାର ମୁହଁରେ ଓ ଓଠରେ ଚୋଟ ମାରିଥିଲା । ଏଥି ସହିତ ପିଲାଟି ସାପକୁ ଏତେ ଜୋର କାମୁଡିଥିଲା ଯେ ସାପଟି ପାଖାପାଖି ୨ ଖଣ୍ଡ ହେବା ସହ ତାର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାଟି ଘଟିବା ସମୟରେ ସମସ୍ତେ କହୁଛନ୍ତି ଶିଶୁଟିକୁ ଭଗବାନ ରକ୍ଷା କରିଛନ୍ତି।

Get real time updates directly on you device, subscribe now.