fbpx

ଘରୁ ନିଖୋଜ ଥିଲା ଝିଅ, ପ୍ଲାଷ୍ଟିକ ବାଲଟିରୁ ମିଳିଲା ଶବ

ମହାରାଷ୍ଟ୍ର : ମହାରାଷ୍ଟ୍ର ଥାନେରେ ଥିବା ବିଭଣ୍ଡି ସହରରେ ଏକ ଛୋଟ ପିଲାର ହତ୍ୟା ଘଟଣା ସାମ୍ନାକୁ ଆସିଛି । ସେହି ଅଞ୍ଚଳରେ ଦୁର୍ଗଦ୍ଦ ହେବାରୁ ସେଠାରେ ଖୋଜା ଖୋଜି କରିବା ପରେ ପିଲାଟିର ଶବ ମିଳିଥିଲା । ମୃତ୍ୟୁ ବରଣ କରିଥିବା ପିଲାଟିର ବୟସ ୬ ବର୍ଷ ଥିଲା । ଏହି ଘଟଣା ବିଭଣ୍ଡିର ଫୋନେ ଗାଁରେ ଘଟିଛି । ଏହି ଘଟଣା ପରେ ଅଞ୍ଚଳବାସୀ ଭୟଭିତ ହୋଇଛନ୍ତି ।

ପୋଲିସର ସୂଚନା ଅନୁସାରେ ପିଲାଟିର ମାତା ପିତା କାମକୁ ଯାଇଥିଲେ । ୧୩ ସେପ୍ଟେମ୍ବର ଦିନ ମଧ୍ୟ ସେ କାମକୁ ଯାଇଥିଲେ । ଘରେ ୬ ବର୍ଷର ଝିଅ ଏବଂ ତାହା ସହିତ ତାର ଭାଇ ଥିଲା । ଏହି ଝିଅଟି ସକାଳୁ ନିଖୋଜ ଥିଲା ଯେତେବେଳ ପିତାମାତା କାମରୁ ଫେରି ଥିଲେ ସେତେବେଳେ ନିଖୋଜ ତାଙ୍କ ପୁଅ ତାଙ୍କୁ ସୂଚନା ଦେଇଥିଲେ । ଏହାପରେ ସେମାନେ ପାଖ ଅଞ୍ଚଳରେ ଖୋଜା ଖୋଜି କଲେ ଏହା ପରେ ସେମାନେ ନିକଟସ୍ଥ ପୋଲିସ ଷ୍ଟେସନରେ ଝିଅ ନିଖୋଜ ହେବାର ରିପୋର୍ଟ ଦେଲେ । ଏହା ପରେ ପୋଲିସ ସେହି ଅଞ୍ଚଳରେ ଖୋଜାଖୋଜି କରିଥିଲା ।

 

ଏହି ଘଟଣା ଘଟିବାର ୨, ୩ ଦିନ ପରେ ସେହି ଅଞ୍ଚଳରୁ ଦୁଗର୍ଦ୍ଦ ହେଲା । ଏହା ପରେ ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖୋଜିବା ପରେ ଗୋଟିଏ ବନ୍ଦ ଘର ଭିତରେ ଏକ ପ୍ଲାଷ୍ଟିକ ବାଲଟି ଭିତରେ ଶବ ଥିଲା । ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଏବଂ ଏକ ହତ୍ୟା ମାମଲା ରୁଜୁ କରିଥିଲା । କିନ୍ତୁ ଏହି ଘଟଣାରେ ଅପରାଧି ଏ ପର୍ଯ୍ୟନ୍ତ ଧରା ପଡିନାହିଁ । ଏମାନଙ୍କୁ ଖୋଜିବାକୁ ୩ଟି ଟିମ ଗଠନ କରିଛି ପୋଲିସ ।

Get real time updates directly on you device, subscribe now.