fbpx
BSKY SKY
BSKY SKY

ଟ୍ରେନରେ ଛିଡ଼ା ହୋଇ ମାରୁଥିଲେ ଷ୍ଟାଇଲ: ହୋଇଗଲା ଯମଙ୍କ ଦର୍ଶନ

BSKY

ଓଡ଼ିଶା ଭାସ୍କର: ଭାରତୀୟ ରେଳ ବିଭାଗ ଯାତ୍ରୀ ମାନଙ୍କୁ ଯାତ୍ରା କରିବା ସମୟରେ ସୁରକ୍ଷା ଦୃଷ୍ଟିରୁ ନିୟମ ମାନିବା ପାଇଁ ବାରମ୍ବାର ସଚେତନ କରିଥାଏ । ଯାତ୍ରୀମାନେ ସିଟରେ ବସିବା ସହ ଚାଲୁଥିବା ଟ୍ରେନରେ ଚଢିବା ଓହ୍ଲାଇବା କଥା ନୁହେଁ ବୋଲି ନୟମ ରହିଛି । କିନ୍ତୁ ରେଳ ବିଭାଗର ଏହି ଚେତାବନୀକୁ ଯାତ୍ରୀମାନଙ୍କର ଖାତିର ନଥାଏ । ଫଳସ୍ୱରୂପ ଯାତ୍ରୀମାନେ ଦୁର୍ଘଟଣାର ଶୀକାର ହୋଇଥାନ୍ତି । ସୋସିଆଲ ମିଡିଆରେ ବର୍ତ୍ତମାନ ଏହିଭଳି ଏକ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଜଣେ ଯୁବତୀ ନିଜର ବେପରୁଆ ମନୋଭାବ ପାଇଁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଥିବାର ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଯୁବତୀ ଜଣକ ଟ୍ରେନ୍ ଗେଟ ନିକଟରେ ଛିଡ଼ା ହୋଇ ପବନର ମଜା ନେବା ସହ ଫିଲ୍ମ ଷ୍ଟାଇଲ୍‌ରେ ନିଜ ଅଧା ଶରୀର ଟ୍ରେନ ବାହାରକୁ କାଢିବା ପାଇଁ ଚେଷ୍ଟା କରିଥିଲେ । ଏହା ହିଁ ତାଙ୍କ ପାଇଁ କାଳ ସାଜିଥିଲା । ଯୁବତୀ ନିଜ ଶରୀରକୁ ବାହାରକୁ କାଢୁଥିବା ସମୟରେ ହିଁ ବୀପରୀତ ଟ୍ରେନ ଲାଇନରୁ ଦ୍ରୁତ ଗତିରେ ଏକ ଟ୍ରେନ ହଠାତ ଆସିଥିଲା । ଟ୍ରେନଟି ହଠାତ ଆସି ଯିବାରୁ ଯୁବତୀ ଜଣକ ନିଜର ଭାରସାମ୍ୟ ହରାଇ ଟ୍ରେନ ତଳକୁ ଖସି ପଡ଼ିଥିଲେ । ଟ୍ରେନରେ ରହିଥିବା ଅନ୍ୟ କିଛି ଯାତ୍ରୀ ଠିକ ସମୟରେ ଯୁବତୀଙ୍କ ହାତ ଧରି ଉପରକୁ ଉଠାଇ ଆଣିଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଚାଲୁଥିବା ଟ୍ରେନର ଗେଟ ନିକଟରେ ରେ ଯାତ୍ରୀମାନଙ୍କୁ ଛିଡ଼ା ହେବା ପାଇଁ ବାରଣ କରାଯାଇଥାଏ । ଏହା ଦ୍ୱାରା ଦୁର୍ଘଟଣା ହେବାର ସମ୍ଭାବନା ଥିବାରୁ ଯାତ୍ରୀମାନଙ୍କୁ ସଚେତନ କରାଯାଏ । ଏହା ସତ୍ତ୍ୱେ ଯୁବତୀ ଟ୍ରେନ ଗେଟ ନିକଟରେ ଛିଡ଼ା ହୋଇ ଷ୍ଟାଇଲ ମାରୁଥିବାରୁ ଏପରି ଦୁର୍ଘଟଣାର ଶୀକାର ହୋଇଥିଲେ । ଲୋକମାନେ ଏହି ଭିଡିଓକୁ ନେଇ ଆଲୋଚନା କରୁଥିଲେ ମଧ୍ୟ ସତର୍କ ହେଉ ନାହନ୍ତି । ଏଭଳି ଦୁର୍ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.