fbpx

୩୦ ଜୁନରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଜାଣନ୍ତୁ ଏହି ପବିତ୍ର ସ୍ଥାନର ରହସ୍ୟ

ବରଫ ବାବା ଭାବେ ପରିଚିତ ଅବରନାଥ ଧାମର ଇତିହାସ ବହୁ ପୁରୁଣା । ପବିତ୍ରସ୍ଥଳ ମଧ୍ୟରୁ ଅବରନାଥ ଧାମ ଶୈବ ପୀଠ ଅନ୍ୟତମ । ବାବା ଅମରନାଥ ଧାମରେ ଥିବା ବରଫର ଶିବ ଲିଙ୍ଗ ଦର୍ଶନ ପାଇଁ ପ୍ରତ୍ୟେକ ବର୍ଷ ବହୁ ଦୂର ଦୂରାନ୍ତରରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ଗତ ଦୁଇ ବର୍ଷ ଧରି ବନ୍ଦ ରହିଥିବା ଏହି ପୀଠ ୩୦ ଜୁନରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ଯାଉଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ପୀଠକୁ ବନ୍ଦ କରାଯାଇଥିଲା । ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଅମରନାଥର ଏହି ଗୁମ୍ଫାରେ ମହାଦେବ ମା’ ପାର୍ବତୀଙ୍କୁ ଅମର ହେବାର ରହସ୍ୟ ଜଣାଇଥିଲେ ।

କଶ୍ମୀରର ହିମାଳୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ବାବା ଅମରନାଥ ଧାମଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ୩୦ଜୁନରୁ ଯାତ୍ରା ଆରମ୍ଭ କରି ପାରିବେ । ବରଫ ବାବାଙ୍କ ଦର୍ଶନ ପାଇଁ ଶିବଭକ୍ତମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଚଳିତ ବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଭୋଲେନାଥଙ୍କ ଦର୍ଶନ ପାଇଁ ଆସିବେ ବୋଲି ଶ୍ରାଇନ ବୋର୍ଡ଼ ଆଶା ରଖିଛି । ଅତ୍ୟଧିକ ଭିଡ଼ ହେବା ଆଶଙ୍କା କରି ପ୍ରଶାସନ ଏବେ ଠାରୁ ପ୍ରସ୍ତୁତ ହେବା ଆରମ୍ଭ କଲାଣି ।

ବାବା ଅମରନାଥଙ୍କ ଗୁମ୍ଫା ସମୁଦ୍ର ପତ୍ତନଠାରୁ ପାଖାପାଖି ୩,୮୦୦ ମିଟର ଉଚ୍ଚରେ ଅବସ୍ଥିତ । ଗୁମ୍ଫା ମଧ୍ୟରେ ରହିଥିବା ଶିବଲିଙ୍ଗର ବିଶେଷତ୍ତ୍ୱ ହେଉଛି ଏହା ଆପେ ଆପେ ହିଁ ନିର୍ମିିତ ହୋଇଥାଏ । ଲୋକକଥା ଅନୁସାରେ ଚନ୍ଦ୍ରର ବୃଦ୍ଧି ଓ ହ୍ରାସ ସହ ଏହି ଶିବଲିଙ୍ଗର ଆକାରରେ ପରିବର୍ତ୍ତନ ହୋଇଥାଏ । ସେହିପରି ଏହି ଶିବଲିଙ୍ଗ ସମ୍ପୂର୍ଣ୍ଣ ବରଫରେ ନିର୍ମିତ ହୋଇଥାଏ । ଶିବଲିଙ୍ଗଟି ବରଫରେ ନିର୍ମିତ ହୋଇଥିଲେ ମଧ୍ୟ ଯେଉଁ ଗୁମ୍ଫାରେ ଏହି ଶିବ ଲିଙ୍ଗ ରହିଛି ସେଠାରେ ବରଫ ତୁଷାରପାତ ଭଳି ହୋଇଥାଏ ।

ବାବା ଅମରନାଥ ଧାମକୁ ଯିବା ପାଇଁ ମୁଖ୍ୟତଃ ଦୁଇଟି ରାସ୍ତା ଅଛି । ପ୍ରଥମ ରାସ୍ତା ପହଲଗାମରୁ ଆରମ୍ଭ ହୋଇଥିଲା ବେଳେ ଦ୍ୱିତୀୟ ରାସ୍ତା ସୋନମର୍ଗର ବାଲଟାଲରୁ ଆରମ୍ଭ ହୋଇଛି । ଶ୍ରଦ୍ଧାଳୁମାନେ ଏହି ରାସ୍ତା ପାଦରେ ଚାଲି ଚାଲି ଅତିକ୍ରମ କରିଥାଆନ୍ତି । ପହଲଗାମରୁ ଅମରନାଥ ଧାମର ଦୂରତା ପାଖାପାଖି ୨୮ କିଲୋମିଟର ହୋଇଥିଲା ବେଳେ ବାଲଟାଲ ଠାରୁ ଅମରାନାଥ ଧାମର ଦୂରତା ପାଖାପାଖି ୧୪ କିଲୋମିଟର ।

Get real time updates directly on you device, subscribe now.