fbpx

ସନ୍ତାନ ଜନ୍ମ କଲେ ସରକାର ଦେଉଛନ୍ତି gold medal, ମହିଳାଙ୍କୁ ଜୀବନସାରା ମିଳିଥାଏ ଭତ୍ତା

ଓଡ଼ିଶା ଭାସ୍କର: ଭାରତ ଏବଂ ଚୀନ ଭଳି ଦେଶରେ ଜନସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି । ଏନେଇ ଦୁଇ ଦେଶର ସରକାର ପରିବାର ନିୟୋଜନ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଛୋଟ ପରିବାର ସୁଖି ପରିବାରର ପଚାର ମଧ୍ୟ କରାଯାଉଛି । ଏହା ସତ୍ତ୍ୱେ ଅନେକ ସ୍ଥାନରେ ଏଭଳି ଅଭିଯାନର ପ୍ରଭାବ ଏତେଟା ଦେଖିବାକୁ ମିଳୁନାହିଁ । ଏମିତି ବି ଦେଶ ରହିଛି ଯେଉଁଠି ସନ୍ତାନ ଜନ୍ମ ପାଇଁ ପୁରସ୍କାର ଦିଆଯାଏ ।

ସେଣ୍ଟ୍ରାଲ ଏସୀୟ ଦେଶ କାଜାକିସ୍ତାନ(Kazakhstan)ରେ ଦୀର୍ଘ ଦିନ ଧରି ସୋଭିଏତ୍ ପରମ୍ପରା ଚାଲି ଆସିଛି ଯେଉଁଠି ପରିବାରର ‘ହିରୋ ମଦର୍ସ’ଙ୍କୁ ସମ୍ମାନିତ କରାଯାଏ । ଏହି ଦେଶରେ ନାଗରିକଙ୍କୁ ସନ୍ତାନ ଜନ୍ମ କରିବା ପାଇଁ ପ୍ରୋତ୍ସାହିତ କରାଯାଏ । ହାଇ ବର୍ଥ ରେଟ୍ ପାଇଁ ସରକାରଙ୍କ ତରଫରୁ ପୁରସ୍କାର ସ୍ୱରୂପ ପଦକ ଦିଆଯାଏ । ଏଠାରେ ୭ଟି ସନ୍ତାନ ଜନ୍ମ କରୁଥିବା ମାଆଙ୍କୁ ସ୍ୱର୍ଣ୍ଣ ପଦକ, ୬ଟି ସନ୍ତାନ ପାଇଁ ରୌପ୍ୟ ପଦକ ଦିଆଯାଇଥାଏ । ସେହିଭଳି ୪ଟି ସନ୍ତାନ ଜନ୍ମ କଲେ କୌଣସି ପଦକ ମଳିନଥାଏ କିନ୍ତୁ ପିଲାକୁ ୨୧ ବର୍ଷ ନହେବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ପଦକ ପାଇଥିବା ମହିଳାଙ୍କୁ ଜୀବନ ସାରା ଭତ୍ତା ମିଳିଥାଏ ।

କେବେ ଠାରୁ ଆରମ୍ଭ ହେଲା ଏହି ପରମ୍ପରା ?

ଏକଦା କାଜାକିସ୍ତାନ ସୋଭିଏତ୍ ୟୁନିୟନର ଏକ ଅଂଶ ଥିଲା । ୧୯୯୨ରେ ଏହା ଏକ ନୂତନ ଦେଶ ଭାବେ ଗଠନ ହେଲା । ୧୯୪୪ରୁ ରୁଷରେ ଏହି ପରମ୍ପରା ଚାଲି ଆସିଥିଲା କି ୧୦ରୁ ଅଧିକ ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ‘ମଦର ହିରୋଇନ୍‌’ ସମ୍ମାନ ଦିଆଯାଉଥିଲା । ଅପରପକ୍ଷଷର କାଜାକିସ୍ତାନର ପପୁଲେସନ୍ ଡେନସିଟି କମ୍ ଥିବାରୁ ସରକାର ଏଭଳି ନିଆରା ପଦକ୍ଷେପ ଆରମ୍ଭ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.