fbpx

ବରଯାତ୍ରୀ ସହ କନ୍ୟା ଦୁଆରେ ଅପେକ୍ଷା କଲା ବର, ବିୟୁଟି ପର୍ଲର ଯାଇଥିବା ବଧୂ ଫେରାର

Advertisement

ନୂଆଦିଲ୍ଲୀ: ବିବାହ ଲାଗି ବିୟୁଟି ପାର୍ଲର ଯାଇଥିବା କନ୍ୟା ଅଧାବାଟରୁ ଫେରାର ହୋଇଯିବା କଥା ସାମ୍ନାକୁ ଆସିଛି । ଅନ୍ୟପଟେ ବର ଖୁବ୍ ଧୁମଧାମରେ ବାଜା ବାଣ ଫୁଟାଇ, ଘୋଡ଼ା ଚଢି କନ୍ୟା ଦୁଆର ମୁହଁରେ ପହଁଚିଛି । ବର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ କନ୍ୟାକୁ ବିବାହ ଲାଗି ଚାହିଁ ବସିଛି । ତେବେ ବରଗାଡି ବିନା ବୋହୂରେ ଘରକୁ ଫେରିଯାଇଛି । ଝିଅଟି ତା ପ୍ରେମିକ ସହ ଫେରାର ହୋଇଯାଇଥିବା କଥା ଚାରିଆଡେ ଚର୍ଚ୍ଚା ଚାଲିଛି ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଡିଣ୍ଡୋଲି କୋତବାଲୀ କ୍ଷେତ୍ରରେ ଏକ ଗାଁରେ ରହୁଥିବା ଜଣେ କୃଷକ ନିଜ ଝିଅର ବିବାହ ନୌ ଗାଁ ସଦନ ଥାନା କ୍ଷେତ୍ରରେ ଏକ ଗାଁର ନିବାସୀ ଯୁବକ ସହ ଲଗାଇଥିଲେ । ସୋମବାର ଦିନ ଗାଁରେ ହିଁ ବିବାହର କାର୍ଯ୍ୟକ୍ରମ ଥିଲା । ଗାଁ ଲୋକେ ବିବାହରେ ଭୋଜି ଖାଉଥିଲେ । ଏହାରି ମଧ୍ୟରେ ଦ୍ୱିପ୍ରହରରେ ବୋହୂ ନିଜର ଜଣେ ସଂପର୍କୀୟଙ୍କ ସହ ବିୟୁଟି ପାର୍ଲର ଯାଇଥିଲେ । ଏହାରି ମଧ୍ୟରେ ବରଯାତ୍ରୀ ସହ ବର ଆସି ତାଙ୍କ ଦୁଆରେ ପହଁଚିଥିଲେ । ସେଠାରେ ସେ କନ୍ୟାକୁ ବହୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନାଇ ବସିଥିଲେ । ସେଠାରେ କନ୍ୟା ପକ୍ଷ, ବର ପକ୍ଷ ଲୋକଙ୍କୁ ଖାଦ୍ୟ ଖାଇବା ପାଇଁ କହିନଥିଲେ କି ବିବାହ ସହ ଜଡିତ କୌଣସି ରୀତି ନୀତି ଆରମ୍ଭ କରିନଥିଲେ ।

ଝିଅ ସହ ଯାଇଥିବା ସଂପର୍କୀୟ ଖାଲି ହାତରେ ଘରକୁ ଫେରିଥିଲେ । ବିୟୁଟି ପାର୍ଲରକୁ ଫୋନ କରାଯିବା ପରେ ସେ ମନାକରିଦେଇଥିଲେ ଯେ, ସେଠାକୁ ସେ ବିଲକୁଲ ଯାଇନାହାନ୍ତି । ସମସ୍ତେ ସନ୍ଦେହ କରୁଛନ୍ତି ଯେ, ସେ ଝିଅ ତା ପ୍ରେମିକ ସହ ଫେରାର ହୋଇଯାଇଛି । ଶେଷରେ ବର ଏବଂ ବରଯାତ୍ରୀ ବୋହୂକୁ ନ ନେଇ ଖାଲି ହାତରେ ଘରକୁ ଫେରିଥିଲେ ।

Get real time updates directly on you device, subscribe now.