fbpx

ଆମେରିକାରେ ‘ହନ୍ତା’ ଭାଇରସ ଆତଙ୍କ, ପ୍ରଥମ ମାମଲା ରିପୋର୍ଟ

ୱାଶିଂଟନ : ଆମେରିକାରେ ଏବେ କରୋନା ମହାମାରୀ ପରେ ଦେଖାଦେଇଛି ହନ୍ତା ଭାଇରସ ଆତଙ୍କ । ଏହା ଏବେ ସମସ୍ତଙ୍କ ପାଇଁ ବଡ ଆହ୍ୱାନ ପାଲଟିଛି ।ଆମେରିକାର ମିଚିଗାନରେ ହନ୍ତା ଭାଇରସର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ଏଠାରେ ଜଣେ ମହିଳାଙ୍କର ହନ୍ତା ଭାଇରସର ଲକ୍ଷଣ ଥିବା ଦେଖିବାକୁ ମିଳିଥିଲା । ଯାହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମିସିଗାନ୍‌ ରାଜ୍ୟ ୱାଶିଂଟନ୍‌ କାଉଣ୍ଟିରୁ ନଜର ଆସିଛି ଏହି ମାମଲା ।

କୁହାଯାଉଛି ଯେ ମହିଳା ଜଣକ ପ୍ରାୟ ଦୁଇ ବର୍ଷ ଧରି ବନ୍ଦ ଥିବା ଏକ ଖାଲି ଘର ସଫା କରୁଥିଲେ । ସେହି ସମୟ ମଧ୍ୟରେ ସେ କିଛି ମୂଷାଙ୍କ ସଂସ୍ପର୍ଶରେ ଆସିଥିଲେ । ଯାହା ପରେ ହନ୍ତା ଭାଇରସର ଶିକାର ହୋଇଥିବା ତାଙ୍କଠାରେ ଲକ୍ଷଣ ଗୁଡିକ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.