fbpx

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ନିର୍ବାଚନ କମିସନର ଭାବେ ନିଯୁକ୍ତ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ନିର୍ବାଚନ କମିସନର ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି । ଜୁନ୍‌ ୮ ତାରିଖରେ ‘ଦି ଗେଜେଟ୍‌’ରେ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ସମ୍ବିଧାନର ଧରା ୩୨୪ (୨) ବ୍ୟବସ୍ଥା ଅନୁସାରେ
ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନୁ ଚନ୍ଦ୍ର ପାଣ୍ଡେଙ୍କୁ ରାଷ୍ଟ୍ରପତି ଭାରତର ନିର୍ବାଚନ କମିସନର ଭାବେ ନିଯୁକ୍ତି ଦେଇଛନ୍ତି ।ସେ ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ ।

ଭାରତର ନିର୍ବାଚନ କମିସନ୍‌ରେ ଥିବା ଅନ୍ୟ ଦୁଇଜଣ ନିର୍ବାଚନ କମିସନର ସୁଶୀଳ ଚନ୍ଦ୍ରା ଏବଂ ରାଜୀବ କୁମାରଙ୍କ ସହ ସମ୍ପ୍ରତି ଅନୁ ଚନ୍ଦ୍ର ପାଣ୍ଡେ ମୁଖ୍ୟ ନିର୍ବାଚନ କମିସନର ଭାବେ ଯୋଗ ଦେବେ । ଭାରତର ଏହି ତିନିଜଣ ନିର୍ବାଚନ କମିସନର ୬ ବର୍ଷ ପର୍ଯ୍ୟନ୍ତ ବା ସେମାନେ ୬୫ ବର୍ଷ ବୟସରେ ଉପନୀତ ହେବା ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ।

ଉତ୍ତର ପ୍ରଦେଶ କ୍ୟାଡରର ୧୯୮୪-ବ୍ୟାଚ୍‌ ‘ଆଇଏଏସ୍‌’ ଅଧିକାରୀ ଅନୁ ଚନ୍ଦ୍ର ପାଣ୍ଡେ ପ୍ରତିରକ୍ଷା ମନ୍ତ୍ରାଳୟରେ ଅତିରିକ୍ତ ସଚିବ ଏବଂ କେନ୍ଦ୍ର ଶ୍ରମ ଓ କର୍ମ ନିଯୁକ୍ତିମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ ।

Get real time updates directly on you device, subscribe now.